ଆଜି ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ,ସନ୍ଧ୍ୟାରେ ନିମାପଡାରେ କରିବେ ରୋଡ ସୋ ।

157

କନକବ୍ୟୁରୋ: ବିଜେପିର ଘନ ଘନ ଆକ୍ରମଣ ଏବଂ କ୍ଷମତା ବଜାୟ ରଖିବାର ଆହ୍ୱାନ ଭିତରେ ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ପ୍ରଚାର କରିବେ । ପୁରୀ ନିମାପଡାରେ ନବୀନ କରିବେ ରୋଡ ଶୋ । ଦଳୀୟ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ପାଇଁ ନବୀନ କରିବେ ପ୍ରଚାର । ବଡ କଥା ହେଉଛି ଏହି ଆସନରୁ ଦୀର୍ଘ ଦିନ ଧରି ସମୀର ଦାସ ବିଜେଡିର ପ୍ରାର୍ଥୀ ହୋଇ ଆସୁଥିଲେ । ଏବେ ସେ ବିଜେପି ଶିବିରରେ ଯୋଗ ଦେଇଛନ୍ତି । ଆଉ ନିମାପଡାକୁ ବିଜେଡି ନିଜ ପକେଟରେ ରଖିବା ପାଇଁ ଅନେକ ନେତାଙ୍କୁ ଏହି ଆସନରେ ଲଗାଇଛି । ଏହି କ୍ରମରେ ଆଜି ରୋଡ ଶୋ କରି ନବୀନ ଭୋଟ୍ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।