ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଜୋରଦାର ପ୍ରଚାର । ସର୍ମଥକଙ୍କ ସହ ବାଇକ ରାଲି କରି କରୁଛନ୍ତି ଭୋଟ ଭିକ୍ଷା ।

133

କନକବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ କସରତ ଆରମ୍ଭ କରିଦେଲେଣି ନେତା । ଏହି ପରିପ୍ରେକ୍ଷୀରେ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକ । ଆଜି କୋରେଇ ନିର୍ବାଚନ ମଣ୍ଡଳୀ ଅଧା ଗାଁ ଠାରୁ ଏକ ନିର୍ବାଚନୀ ବାଇକ ରାଲି କରି କୋରେଇ ଅଂଚଳରେ ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ଯୋଗଦେଇ ଆକାଶଙ୍କୁ ସ୍ୱାଗତ କରିଥିଲେ । ପରେ ଏକ ଶୋଭାଯାତ୍ରାରେ କୋରେଇର ମୁଳୁସରଗଡା ତାହାରପୁର ତେନ୍ତୁଲିଖୁଂଟ ଆଦି ଅଂଚଳରେ ନିର୍ବାଚନୀ ପ୍ରଚାର କରିଥିଲେ ।