ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବର ଭାରତୀୟ ଟିମକୁ ଝଟକା। ରୋହିତ୍, ନବଦୀପ ସାଇନୀ ବାଦ୍

143

କନକ ବ୍ୟୁରୋ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଝଟକା ଲାଗିଛି । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସାଇନୀ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି । ଡିସେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ପୂର୍ବରୁ ଏମାନେ ବାଦ ପଡିଛନ୍ତି । ଆହତ ସମସ୍ୟା କାରଣରୁ ରୋହିତ ପ୍ରଥମ ମ୍ୟାଚ ଖେଳିପାରିନଥିଲେ । ବିସିସିଆଇ ବର୍ତ୍ତମାନ ତାଙ୍କୁ ଦ୍ୱିତୀୟ ମ୍ୟାଚରୁ ବାଦ ଦେଇଛି । ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ଟ୍ୱିଟରେ କୁହାଯାଇଛି ରୋହିତ ବିସିସିଆଇ ଡାକ୍ତରୀଦଳଙ୍କ ଅନୁଧ୍ୟାନରେ ରହିଛନ୍ତି । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଡାକ୍ତରୀ ଦଳଙ୍କ କହିବା କଥା ଯେ ରୋହିତ ଶର୍ମା ପୂରା ଫିଟ ହେବା ପାଇଁ ଆଉ କିଛି ସମୟ ଲାଗିବ । ଏହା ପରେ ଯାଇ ସେ ବ୍ୟାଟିଂ ଏବଂ ଫିଲ୍ଡିଂ କରିପାରିବେ ।

ରୋହିତଙ୍କ ଛଡା ଦ୍ରୁତ ବୋଲର ନବଦୀପ ସାଇନୀ ମଧ୍ୟ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି । ତାଙ୍କ ମାଂସପେଶୀରେ ଯନ୍ତ୍ରଣା ପରେ ସେ ବାଦ ପଡିଛନ୍ତି । ସେ ବର୍ତ୍ତମାନ ସିଧା ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀ ଯାଇ ପରୀକ୍ଷା କରିବେ । ସେଠାରେ ଡାକ୍ତରୀଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବୋ