ରାଜ୍ୟରେ ବିଳମ୍ବରେ ଆସିବ ଶୀତ : ଆକଳନ କଲା ପାଣିପାଗ ବିଭାଗ; ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

307

କନକ ବ୍ୟୁରୋ : ଚଳିତ ବର୍ଷ ବିଳମ୍ବରେ ଆସିବ ଶୀତ । ଅକ୍ଟୋବର ମାସରେ ରାଜ୍ୟରେ ସ୍ୱାବାଭିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଶୀତ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଅକ୍ଟୋବର ମାସରେ ଉପକୂଳ ଜିଲ୍ଲାରେ ବର୍ଷା ପରିଣାମ ଅଧିକ ରହିବ । ଉପକୂଳବର୍ତ୍ତୀ ଜିଲ୍ଲା ସଂଲଗ୍ନ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଉଭୟ ଅକ୍ଟୋବର ଓ ନଭେମ୍ବରରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ।

ଫଳରେ ରାଜ୍ୟକୁ ଶୀତ ବିଳମ୍ବରେ ଆସିବ । ତେବେ ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସେପଟେ ଆସନ୍ତା ୧୮ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉଏକ ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଠାରୁ ୧୭ ତାରିଖ ଯାଏଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୧୮ରୁ ବର୍ଷା ପରିଣାମ ବଢ଼ିବ । ମୌସୁମୀ ଏବେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ ।