କଂଗ୍ରେସର ବୁଡ଼ୁଥିବା ଜାହାଜରେ ବସିବାକୁ ନାରାଜ ରାହୁଲ ! ଘଡ଼ିସନ୍ଧି ମୁହୂର୍ତ୍ତରେ ରାହୁଲଙ୍କ ନେତୃତ୍ତ୍ୱ ପରିତ୍ୟାଗ ନିଷ୍ପତ୍ତିକୁ ସମାଲୋଚନା କଲେ ବରିଷ୍ଠ ବିଜେପି ନେତା

266

କନକ ବ୍ୟୁରୋ : ମୂରବୀ ଶୂନ୍ୟ ପ୍ରାୟ କଂଗ୍ରେସ । କଂଗ୍ରେସର ଆପଣାର ନୁହଁନ୍ତି କଂଗ୍ରେସ ଅଧ୍ୟକ୍ଷ ! ରାହୁଲ ଗାନ୍ଧୀଙ୍କୁ ମନେଇ ପାରିଲେନି ଦଳୀୟ ନେତା । ଘଡ଼ିସନ୍ଧି ମୁହୁର୍ତ୍ତରେ ସାଥ୍ ଦେବା ପରିବର୍ତ୍ତେ ପଦ ଛାଡ଼ିବା ପାଇଁ ଅଡ଼ି ବସିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରିଛନ୍ତି ରାହୁଲ । ବର୍ତ୍ତମାସ ସମୟରେ ଦିଗହରା କଂଗ୍ରେସକୁ ଦରକାର ମଜଭୁତ ନେତୃତ୍ୱ । ଲୋକସଭା ନିର୍ବାଚନରେ ସବୁଠାରୁ ପୁରୁଣା ଦଳର ଶୋଚନୀୟ ପରାଜୟ ପରେ ସଙ୍ଗଠନ ସଜାଡ଼ିବା ଦିଗରେ ଚେଷ୍ଟା କରିବା ଉଚିତ । ତୃଣମୂଳ ସ୍ତରରେ ନେତା ଓ କର୍ମୀଙ୍କୁ ବଳ ଯୋଗାଇବା କଥା । ହେଲେ କଂଗ୍ରେସ ଅଧ୍ୟକ୍ଷଙ୍କ ରାଜନୀତି କିଛି ବୁଝା ପଡ଼ୁନି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସକୁ ବଂଚାଇବାର ଅନ୍ତିମ ଉଦ୍ୟମ କରିବା ପରିବେର୍ତ୍ତ ବୁଡ଼ୁଥିବା ଡଙ୍ଗାକୁ ପରିତ୍ୟାଗ କରୁଥିବା ପ୍ରଥମ ବ୍ୟକ୍ତି ରାହୁଲ ।

ଶିବରାଜଙ୍କ ଟାର୍ଗେଟରେ କଂଗ୍ରେସ ଅଧ୍ୟକ୍ଷ । କଂଗ୍ରେସ ସଂଗଠନ ସଜାଡ଼ିବା ପରିବର୍ତ୍ତେ ଅଧ୍ୟକ୍ଷ ପଦ ଛାଡ଼ିବାରେ ଅଟଳ ରହିବା ନିଷ୍ପତ୍ତି ଭୁଲ । ବର୍ତ୍ତମାନ ସମୟରେ କଂଗ୍ରେସ ଅଧ୍ୟକ୍ଷ କିଏ ବୋଲି ପ୍ରଶ୍ନ କରିଛନ୍ତି ଶିବରାଜ । ଜାହାଜ ବୁଡ଼ିବା ସମୟରେ କ୍ୟାପଟେନ୍ ଉପରେ ଥାଏ ଗୁରୁ ଭାର । ହେଲେ ବୁଡ଼ୁଥିବା ଜାହାଜକୁ ଯଦି କ୍ୟାପଟେନ୍ ହିଁ ଛାଡ଼ିଯାଏ, ତେବେ ଯାତ୍ରୀ ଯିବେ କେଉଁଆଡ଼େ ? କାହା ଉପରେ ଭରସା କରିବେ ଯାତ୍ରୀ । ବର୍ତ୍ତମାନ ଜାତୀୟ ରାଜନୀତିରେ ବିନା କ୍ୟାପଟେନରେ ଜାହଜା ଚଳାଉଛି କଂଗେଅସ । କେଉଁ ସମୟରେ ଯେ ଜାହାଜ ଡୁବିବ, କେହି କହିପାରିବେ ନାହିଁ । ହେଲେ ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଲା କଂଗ୍ରେସର ବୁଡ଼ୁଥିବା ଜାହାଜରୁ ଲମ୍ଫ ପ୍ରଦାନ କରୁଥିବା ପ୍ରଥମ ବ୍ୟକ୍ତି ହେଲେ ରାହୁଲ ।

ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଘନ ଘନ ବସୁଛି ଦଳୀୟ ବୈଠକ । ପରାଜୟ ପଛର କାରଣ ଖୋଜା ଚାଲିଛି । ନିର୍ବାଚନରେ ଦଳର ଏପରି ଚରମ ବିପର୍ଯ୍ୟୟ କଥା କେହି ଆଶା ବି କରିନଥିଲେ । ୨୦୧୯ କଂଗ୍ରେସ ପାଇଁ ଅଭିଶପ୍ତ ବର୍ଷ କହିଲେ ଅତ୍ୟୁକ୍ତ ହେବନାହିଁ । ଏଭିଳି ସ୍ଥିତିରେ ସଂଗଠନକୁ ମଜଭୁତ କରିବା ପରିବର୍ତ୍ତେ ଦଳର ନେତୃତୃ ପରିତ୍ୟାଗ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ଶିବରାଜ ସିଂ ଚୌହାନ୍ ।