ମହାରାଷ୍ଟ୍ର ମେଣ୍ଟରେ ହଲଚଲ: ବିଧାନସଭା ନିର୍ବାଚନ ପୂର୍ବରୁ ଏନସିପି, ବିଜେପି ଓ ଶିବସେନାରେ ଟଣାଓଟରା

849

କନକ ବ୍ୟୁରୋ: ଚଳିତବର୍ଷ ଶେଷରେ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଏନସିପି, ବିଜେପି ଓ ଶିବସେନା ମେଂଟରେ ହଲଚଲ ଦେଖାଦେଇଛି । ଆସନ ଭାଗବଂଟାକୁ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳଙ୍କ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଛି । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୮୦ରୁ ୯୦ ଆସନରେ ଲଢ଼ିବାକୁ ଦାବି କରୁଛନ୍ତି ଏନସିପିର ଛଗନ ଭୁଜବଲ । ସେପଟେ ବିଜେପି କହିଛି ଆମ ଦଳ ସବୁଠୁ ବଡ ହୋଇଥିବାରୁ ସବୁଠୁ ଅଧିକ ଆସନରେ ଲଢ଼ିବୁ । ଛଗନ ଭୁଜବଳ କହିଛନ୍ତି ମେଂଟ ଗଠନ ବେଳେ ୯୦ ଆସନରେ ଲଢ଼ିବାକୁ କଥା ଦିଆଯାଇଥିଲା । ୨୦୨୯ରେ ଏନସିପି ୫୪ଆସନ ଜିତିଥିଲା, ବିଜେପି ୧୦୫ ବିଜୟ ହୋଇଥିଲା । ଯଦି ଏଥରକ ୯୦ ଆସନରେ ଲଢ଼ିବୁ ୫୦ରୁ ଅଧିକ ଆସନରେ ଜିତିପାରିବୁ । ସେପଟେ ବିଜେପି କହିଛି ଯଦି ଏନସିପିକୁ କେବଳ ୯୦ ଆସନ ଦିଆଯିବ ତେବେ କେତେ ଆସନରେ ବିଜେପି ଓ ଶିବସେନା ଲଢ଼ିବେ । ଲୋକସଭା ନିର୍ବାଚନ ସରିନଥିବାବେଳେ ବିଧାନସଭା ନିର୍ବାଚନ ପୂର୍ବରୁ ମେଂଟରେ ଏଭଳି ଟଣାଓଟରାର ରୂପରେଖ କ’ଣ ରହୁଛି ତା ଉପରେ ନଜର ରହିବ ।