ସୁପ୍ରିମକୋର୍ଟରୁ କେଜ୍ରିୱାଲ ନିରାଶ: ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ କୋର୍ଟ

92

କନକ ବ୍ୟୁରୋ: ସୁପ୍ରିମକୋର୍ଟରୁ କେଜ୍ରିୱାଲଙ୍କୁ ଝଟକା । କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ ମଧ୍ୟର୍ତୀକାଳୀନ ଜାମିନ ୭ ଦିନ ବୃଦ୍ଧି ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି କୋର୍ଟ । କେବଳ ଏତିକି ନୁହେଁ, ଆବେଦନ ବିଳମ୍ବରେ ଦାଖଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ୍ । ଏଥିସହିତ କହିଛନ୍ତି, ମାମଲାର ଶୁଣାଣି ଅନ୍ୟ ଏକ ବେଂଚ ନିକଟରେ ସଂରକ୍ଷିତ ରହିଛି । ଏହାଛଡା ଶୁଣାଣି ପାଇଁ ଏହି ଆବେଦନକୁ ସୁପ୍ରିମକୋର୍ଟ୍ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନିକଟକୁ ପଠାଇଦିଆଯାଇଛି ।