ଶ୍ରୀମନ୍ଦିର ରାଜନଅରରେ ପାରମ୍ପରିକ ପୌଷପୂର୍ଣ୍ଣମୀ ପର୍ବ : ଗଜପତି ମହାରାଜଙ୍କ ମୁଦିରସ୍ତଙ୍କ ସମ୍ପର୍ଣ୍ଣ ହେଲା ଶାଢ଼ୀ ବନ୍ଧା ନୀତି

 ଠାକୁର ରାଜାଙ୍କ ଅନୁପସ୍ଥିତିରେ ରଥରେ କରିବେ ଛେରା ପହଁରା

166

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ରାଜନଅରରେ ଆଜି ପାଳିତ ହୋଇଛି ପୌଷପୂର୍ଣ୍ଣମୀ ଉତ୍ସବ । ପରମ୍ପରା ଅନୁସାରେ ଏହି ଦିନ ବର୍ଷଟିଏ ପାଇଁ ଗଜପତି ମହାରାଜ ମୁଦିରସ୍ତଙ୍କୁ ଚିହ୍ନଟ କରିଥାନ୍ତି । ଗଜପତି ମହରାଜଙ୍କ ପ୍ରତିନିଧି ଭାବରେ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି କରାଯାଏ । ଗଜପତିଙ୍କ ଅନୁପସ୍ଥିତିରେ ମୁଦିରସ୍ତ ମହାପ୍ରଭୁଙ୍କ ରଥରେ ଛେରା ପହଂରା ନୀତି ସମ୍ପର୍ଣ୍ଣ କରିଥାନ୍ତି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିରେ ଏହି ଶାଢ଼ୀ ବନ୍ଧା ନୀତି ଓ ମୁଦିରସ୍ତ ଚୟନ ନୀତି ସମ୍ପର୍ଣ୍ଣ ହୋଇଛି ।

ତେବେ ମୁଦିରସ୍ତ ବା ମୁଦିରଥ ହେଉଛନ୍ତି ଶ୍ରୀମନ୍ଦିର ବହୁ ପୂର୍ବରୁ ଜଗନ୍ନାଥଙ୍କ ସେବାକରି ଆସୁଥିବା ପୁଷ୍ପାଳକ ପରିବାରର ଜଣେ ବାରବର୍ଷରୁ କମ ବୟସର ବାଳକ । ଗଜପତି ମହାରାଜ ନିଜେ ସେହି ବାଳକକୁ ମୁଦିରଥ ଭାବେ ମନୋନୀତ କରିଥାନ୍ତି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ରୂପେ ମୁଦିରଥ ଶ୍ରୀମନ୍ଦିରରେ ଗଜପତିଙ୍କ ଅନୁମତି କ୍ରମେ ସମସ୍ତ ସେବା କରିପାରିବେ । ମହାରାଣୀଙ୍କ ସହିତ ମୁଦିରଥ ଶ୍ରୀମନ୍ଦିରରେ ମହାରଣୀଙ୍କୁ ସେବା କାର୍ଯ୍ୟରେ ସାହାଯ୍ୟ କରିବା ବିଧି ଥିବାରୁ ତାଙ୍କୁ ନାବାଳକ ବୟସରେ ସେବକ ଭାବେ ନିଯୁକ୍ତ କରାଯାଏ । ପ୍ରତିବର୍ଷ ମୁଦିରଥ ସେବକଙ୍କୁ ନିଯୁକ୍ତ ଦିଆଯାଏ । ମୁଦିରଥ ପ୍ରତିବର୍ଷ ପୁଷ୍ୟାଭିଷେକରୁ ପୁଷ୍ୟାଭିଷେକ ପର୍ଯ୍ୟନ୍ତ ମାତ୍ର ଏକ ବର୍ଷ ପାଇଁ ନିଯୁକ୍ତ ପାଇଥାନ୍ତି । ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ସମୟରୁ ଏହି ମୁଦିରସ୍ତ ସେବକର ପରମ୍ପରା ଆରମ୍ଭ ହୋଇଥିଲା ।