ପଡୋଶୀ ଦେଶକୁ ୩୦ ଲକ୍ଷ ଟିକା ପଠାଇଲା ଭାରତ । ସଂକଟ ସମୟରେ ସାଥ ଦେଲା ଭାରତ

କରୋନା ମହାମାରୀ ବେଳେ ପଡୋଶୀ ଦେଶକୁ ସହାୟତାର ହାତ ବଢାଇଲା ଭାରତ

42

ପଡୋଶୀ ଦେଶକୁ ୩୦ ଲକ୍ଷ ଟିକା ପଠାଇଲା ଭାରତ । କରୋନା ମହାମାରୀ ବେଳେ ପଡୋଶୀ ଦେଶକୁ ସହାୟତାର ହାତ ବଢାଇଲା ଭାରତ । ଯଦିଓ କରୋନା ମହାମାରୀର ଭୟ ଦିନକୁ ଦିନ କମିବାରେ ଲାଗିଛି, ତଥାବି ସମସ୍ତଙ୍କୁ ଟିକାର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାରତରେ ଟିକାକରଣ ଆରମ୍ଭ ହୋଇସାରିଛି । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ଏହାରି ଭତରେ ଭାରତରୁ ଅନ୍ୟ ଦେଶକୁ ମଧ୍ୟ ଟିକା ପଠାଯାଇଛି । ଆଉ ଏବେ ଭାରତ ତାର ପଡୋଶୀ ଦେଶ ନେପାଳ ଓ ଭୁଟାନକୁ ପ୍ରାୟ ୩୦ ଲକ୍ଷ ଡୋଜ୍ ଟିକା ପଠାଇଛି ।
ଭୁଟାନକୁ ବାଦ ଦେଲେ ୨୦ ଲକ୍ଷ ଡୋଜ୍ ବାଂଲାଦେଶ ଏବଂ ୧୦ ଲକ୍ଷ ଡୋଜ୍ ନେରାଲକୁ ପଠାଯାଇଥିବା ସୂଚନାରୁ ଜଣାପଡିଛି । ଭୁଟାନ୍, ମାଲଦୀପ, ବାଂଲାଦେଶ, ନେପାଳ ଆଦି ପଡୋଶୀ ଦେଶଗୁଡିକୁ କରୋନା ଟିକା ଦେଇ ଏକପ୍ରକାର ସହାୟତାର ହାତ ବଢାଇଛି