ଆମେରିକାର କର୍ଲିଫର୍ଣ୍ଣିଆରେ ବିମାନ ଦୁର୍ଘଟଣା, ୬ମୃତ

170

କନକ ବ୍ୟୁରୋ : ଦକ୍ଷିଣ କର୍ଲିଫର୍ଣ୍ଣିଆରେ ଶନିବାର ରାତିରେ ହୋଇଥିବା ବିମାନ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଲସ ଏଞ୍ଜେଲ୍ସ ଓ ସେନ ଡିଏଗୋ ମଧ୍ୟରେ ଥିବା ମୁରିଏଟା ବିମାନବନ୍ଦର ନିକଟରେ ହୋଇଛି । କେିଏଲଏ ଟିଭି ଷ୍ଟେସନର ଖବର ମୁତାବକ ବିମାନଟି ଲସ ବେଗୋସରୁ ହେରିରିଡ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ଉଡାଣ ଆରମ୍ଭ କରିଥିଲା ।

ଆମେରିକା ବିମାନ ଚଳାଚଳ ମନ୍ତ୍ରଣାଳୟ ମୁତାବକ ସେସନା ସି୫୫୦ ନାମକ ଏକ ବ୍ୟବସାୟୀକ ବିମାନ ଦୁର୍ଘଟଣାରେ ଶିକାର ହୋଇଛି।   ରିବରସାଇଡ କାଓଣ୍ଟି ଅଗ୍ନିଶମ ବିଭାଗ ମୁତାବକ ରବିବାର ଭୋର ୪ଟା ବେଳେ ଏକ ବିମାନ ଜଳୁଥିବାର ଦେଖିବାକୁ ମିିଳିଥିଲା । ଏହି ଜଳନ୍ତା ବିମାନ ଭିତରୁ ୬ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ହେଲେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ପରିଚୟ ମିଳିପାରି ନାହିଁ ।