ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ ଚାଲିଛି ରକ୍ତପାତ , ବିଭିନ୍ନ ରାଜନୈତିକ ଦଳର ୧୮ କର୍ମୀଙ୍କ ମୃତ୍ୟୁ , ବୁଥ କ୍ୟାପଚରିଂ, ବାଲାଟ ବକ୍ସ ଲୁଟର ଭିଡିଓ ଭାଇରାଲ

108

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳେ ହିଂସାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମସି କର୍ମୀ, ୩ ଜଣ ସିପିଆଇଏମ୍ କର୍ମୀ, ୩ ଜଣ ବିଜେପି କର୍ମୀ ଓ କଂଗ୍ରେସର ଜଣେ କର୍ମୀ ଅଛନ୍ତି । ସେହିପରି ନିର୍ବାଚନୀ ହିଂସାରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାକୁ ନେଇ କେନ୍ଦ୍ର ସରକାର ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ମଗାଯାଇଛି ।

ଗୃହମନ୍ତ୍ରୀ ଅମିତ ଶାହ ଘଟଣା ସଂପର୍କରେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କଠାରୁ ପଚାରି ବୁଝିଛନ୍ତି । ମତଦାନ ବେଳେ ବିଭିନ୍ନ ସ୍ଥାନରେ ବୁଥରୁ ବାଲଟ୍ ବାକ୍ସ ଲୁଟ୍, ବାଲଟ ପେପର ଚିରିବା ଓ ପୋଡିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ହିଂସାକାଣ୍ଡର ତଦନ୍ତ ସିବିଆଇ କିମ୍ବା ଏନଆଇ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । କେନ୍ଦ୍ର ସରକାର ତୁରନ୍ତ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବା ଆବଶ୍ୟକ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ ।