ସହିଦଙ୍କ ପରିବାର ପାଇଁ ଟଙ୍କାବର୍ଷା ! କଳାକାରଙ୍କ ସଙ୍ଗୀତ ପରିବେଷଣ ବେଳେ ସହିଦଙ୍କ ପରିବାରଙ୍କ ସହାୟତା ପାଇଁ ଟଙ୍କା ଉଡାଇଲେ ଲୋକେ ।

192

ପୁଲୱାମା ଆତ୍ମଘାତୀ ଆକ୍ରମଣରେ ଭାରତ ଦେଶର ବୀର ୪୦ ରୁ ଅଧିକ ଯବାନଙ୍କୁ ହରାଇଛି । ଭାରତୀୟଙ୍କ ମନରେ କ୍ରୋଧ ଏବଂ ଆକ୍ରୋଶର ନିଆଁ ଜଳୁଛି । ସହିଦ୍ ଯବାନଙ୍କ ପରିବାରକୁ ଆର୍ଥୀକ ସହାୟତା ଯୋଗାଇ ଦେବା ପାଇଁ ଲୋକଙ୍କ ଚାରିଆଡୁ ସାହାଯ୍ୟର ହାତ ବଢୁଛି । ତେବେ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ସହିଦ୍ ପରିବାରଙ୍କୁ ଆର୍ଥୀକ ସାହାଯ୍ୟର ହାତ ବଢାଇଛନ୍ତି ।

ପୁଲୱାମା ସହିଦଙ୍କ ପରିବାରକୁ ସହାୟତା ପାଇଁ ପାଣ୍ଠି ଯୋଗାଡ କରିବାକୁ ଗୁଜୁରାଟ ସୁରଟରେ ଆୟୋଜିତ ହୋଇଛି ଭଜନ ସମାରୋହ । ଏହି ଅବସରରେ ଦର୍ଶକମାନେ ଲୋକଗୀତ କଣ୍ଠଶିଳ୍ପୀଙ୍କ ଉପରେ ଟଙ୍କାର ବର୍ଷା କରିଛନ୍ତିି । ସହିଦଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ଲୋକମାନେ ସ୍ୱତଃଫୁର୍ତ ଭାବେ ଟଙ୍କା ବର୍ଷା କରିଛନ୍ତି । ଗତରାତିରେ ଏହି ଆୟୋଜନ କରାଯାଇଥିଲା । ଗୁଜୁରାଟ, ରାଜସ୍ଥାନ ଓ ପଞ୍ଜାବରେ ବିଭିନ୍ନ ସମୟରେ ଲୋକଗୀତ କାର୍ଯ୍ୟକ୍ରମ ଆୟୋଜନ ସମୟରେ ଏହିଭଳି ଟଙ୍କା ବର୍ଷା ହୋଇଥାଏ । କିନ୍ତୁ ସହିଦଙ୍କ ପାଇଁ ପାଣ୍ଠି ଯୋଗାଡ କରିବାକୁ ଏହା ପ୍ରଥମ ଥର ପାଇଁ ଆୟୋଜନ କରାଯାଇଛି ।