ପୁଣି ପୁଲୱାମାରେ ୫ ଯବାନ ସହିଦ: ପିଙ୍ଗନିଲାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ବେଳେ ମେଜରଙ୍କ ସମେତ ୪ ଯବାନ ସହିଦ

ଆଦିଲର ୨ରୁ ୩ ଜଣ ସହଯୋଗୀ ଲୁଚିରହିଥିବା ସନ୍ଦେହରେ ଘେରାଉ କରିଛି ସେନା

2,337

କନକ ବ୍ୟୁରୋ: ପୁଲୱାମାରେ ପୁଣି ୫ ଯବାନ ସହିଦ୍ ହୋଇଛନ୍ତି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟରେ ଜଣେ ମେଜର ସମେତ ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ଆଜି ମେଜର ଡିଏସ୍ ଡୋଡିୟାଲ, କନେଷ୍ଟବଳ ସେବା ରାମ, ହରି ସିଂହ, ଅଜୟ କୁମାର ସହିଦ ହୋଇଛନ୍ତି । ପିଙ୍ଗଲିନା ଅଂଚଳରେ ଜୈଶ-ଏ-ମହମ୍ମଦର କିଛି ଆତଙ୍କବାଦୀ ଲୁଚିରହିିଥିବା ସୂଚନା ମିଳିବା ପରେ ଗତ ରାତି ୧୨ଟାରୁ ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଂଚଳକୁ ଘେରି ରହି ଅପରେସନ ଚଳାଇଛନ୍ତି । ସଂପୃକ୍ତ ଅଂଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହ କରାଯାଉଛି । ଏମାନେ ସବୁ ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଆଦିଲର ସହଯୋଗୀ ବୋଲି ଅନୁମାନ କରାଯାଇଛି ।

ଗୁରୁବାର ଦିନ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାସ୍ଥଳଠାରୁ ୬ରୁ ୮ କିଲୋମିଟର ଦୂରରେ ଏହି ଗୁଳିବିନିମୟ ଜାରି ରହିଛି । ସୁରରକ୍ଷା କର୍ମୀ ସଂପୃକ୍ତ ଅଚଂଳକୁ ଘେରି ସର୍ଚ ଅପରେସନ ଜାରି ରଖିଛନ୍ତି । ମାତ୍ର ପାଂଚଦିନ ଭିତରେ କଶ୍ମୀରରେ ୪୫ଜଣ ଯବାନ ସହିଦ୍ ହୋଇଛନ୍ତି ।

୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିଲେ । ଠିକ୍ ଏହାର ଦସ୍ୱବ ଦିନ ପରେ ୧୬ତାରିଖରେ ନୌସେରାରେ ଆଇଡି ବିସ୍ଫୋରଣରେ ଜଣେ ମେଜର ସହିଦ୍ ହୋଇଥିଲେ । ଆଇଡିକୁ ନିଷ୍କିୟ କରିବାକୁ ଚେଷ୍ଟା କରୁଥିବାବେଳେ ବିସ୍ଫେରଣ ଘଟି ମେଜର ସହିଦ୍ ହୋଇଥିଲା ।