ସମାଧି ପୂର୍ବରୁ ଶପଥ ! ଶୋଇ ପଡିଲେ ଆମ୍ମା, ହେଲେ ଚେଇଁ ଉଠିଲା ରାଜନୀତି

24

କନକ ବ୍ୟୁରୋ : ଶୋଇ ପଡିଲେ ଆମ୍ମା, ହେଲେ ଚେଇଁ ଉଠିଲା ରାଜନୀତି । ମୃତ୍ୟୁ ପୂର୍ବରୁ ଜୟଲଳିତାଙ୍କ ଏକାନ୍ତ ଅନୁଗତ ପନିରସେଲଭମ୍ ପିନ୍ଧିଲେ ଉତ୍ତରାଧିକାରୀର ମୁକୁଟ । ଆପୋଲୋ ହସ୍ପିଟାଲରେ ରାତି ୧୧.୩୦ରେ ଜୟଲଳିତାଙ୍କ ମୃତ୍ୟୁ ନେଇ ସୂଚନା ଦେବାର ମାତ୍ର ଦେଢ ଘଂଟା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହୋଇଗଲେ ଜୟଲଳିତାଙ୍କ ସବୁଠାରୁ ବିଶ୍ୱସ୍ତ ତଥା ଆଜ୍ଞାକାରୀ ପନିରସେଲଭାମ୍ ।

ରାତି ୧.୧୫ ରାଜ୍ୟପାଳ ସି . ବିଦ୍ୟାସାଗର ରାଓ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହା ସହ ଜୟାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ୩୧ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ । ଜୟଲଳିତାଙ୍କ ଫଟୋକୁ ଷ୍ଟେଜ୍ ଉପରେ ରଖି ଶପଥପାଠ ପରେ ନିଜ ପକେଟରେ ରଖିଥିଲେ ପନିରସେଲଭାମ୍ । ଏହା ସହ ଶଶିକଳା ନଟରାଜନଙ୍କୁ ଦଳର ମୁଖ୍ୟ ଭାବେ ଦାୟିତ୍ୱ ନେବାକୁ ନିଷ୍ପତି ନିଆଯାଇଛି  ।

ପୂର୍ବରୁ ଦୁର୍ନୀତି ଅଭିଯୋଗରେ କୋର୍ଟଙ୍କ ହସ୍ତକ୍ଷେପ କାରଣରୁ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ପଦବୀରୁ ଜୟଲଳିତାଙ୍କୁ ହଟିବାକୁ ପଡିଥିଲା । ଏବଂ ପଦବୀରୁ ଜୟଲଳିତାଙ୍କୁ ହଟିବାକୁ ପଡିଥିଲା । ଏବଂ ସେହି ସମୟରେ ପନିରସେଲଭାମ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବଂ ପରେ ପୁଣି ଜୟଲଳିତାଙ୍କ ଏକାନ୍ତ ଅନୁଗାମୀ ଭାବେ ଅର୍ଥବିଭାଗର ଦାୟିତ୍ୱ ନେଇଥିଲେ ।