ସେନା ଅଫିସରଙ୍କ ମାଆଙ୍କ ପ୍ରତି ସମ୍ମାନ, ଅବସର ପୂର୍ବରୁ ଘରକୁ ଆସି ଶେଷ ସାଲ୍ୟୁଟ୍ କଲା ପୁଅ

94

କନକ ବ୍ୟୁରୋ: ମାଆ ଆଉ ପୁଅର ସମ୍ପର୍କ ଏକ ଅତୁଟ ବନ୍ଧନ । ମାଆ ସବୁବେଳେ ଚାହେଁ ପୁଅ ବହୁତ ଆଗକୁ ବଢୁ । ନିଜର ଜୀବନରେ ବହୁତ ଉନ୍ନତି କରୁ । ତେବେ ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ଯାହା ସମସ୍ତଙ୍କ ପାଇଁ ଗୋଟିଏ ନିଆରା ଉଦାହରଣ ସୃଷ୍ଟି କରିଛି । ଏହି ଭିଡିଓରେ ଜଣେ ସେନାର ଅଧିକାରୀ ଅବସର ପୂର୍ବରୁ ଶେଷ ଥର ପାଇଁ ମାଆଙ୍କୁ ସାଲ୍ୟୁଟ୍ କରିଛନ୍ତି । ଅନେକ ୟୁଜର୍ସ ଏହାକୁ ଦେଖି ଭାବବିହ୍ୱଳ ହୋଇଛନ୍ତି ।

ସେବାରୁ ଅବସର ନେବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବହୁତ ଖାସ ହୋଇଥାଏ । ଆଉ ଏହି ମୂହୁର୍ତ୍ତ ସମସ୍ତଙ୍କ ପାଇଁ ଭାବବିହ୍ୱଳ କରିଦେବା ଭଳି । ତେବେ ସେନାର ଜଣେ ଅଧିକାରୀ ଶେଷ ଥର ପାଇଁ ବର୍ଦ୍ଦି ପିନ୍ଧି ମାଆଙ୍କୁ ସଲାମୀ ଦେଇଛନ୍ତି । ଏହି ଭିଡିଓଟି ମେଜର ଜେନେରାଲ ରଞ୍ଜନ ମହାଜନଙ୍କର । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ନିଜର କଥାକୁ ରଖିଛନ୍ତି । ମେଜର ଜେନେରାଲ ରଞ୍ଜନ ପ୍ରଥମେ ଘରେ ପହଞ୍ଚି ଘରର ଘଣ୍ଟି ବଜାଇବା ସହ ଘରେ ପ୍ରବେଶ କରୁଛନ୍ତି ଏବଂ ମାଆଙ୍କ ପାଖକୁ ଯାଇ ତାଙ୍କୁ ସାଲ୍ୟୁଟ କରୁଛନ୍ତି । ମାଆ ମଧ୍ୟ ଏହା ଦେଖି ବେସ ଖୁସି ହୋଇଯାଉଛନ୍ତି । ଏହି କିଛି ମୁହୂର୍ତ୍ତ ହିଁ ଅନେକ କଥା କହୁଛି । ମାଆ ପୁଅ ପରସ୍ପରକୁ କୋଳାଗ୍ରତ କରୁଛନ୍ତି । ଦେଶ ସେବାରେ ଥିବା ପୁଅ ଯେତେବଳେ ଅବସର ନେଉଛି ତାହା ମାଆ ପାଇଁ ମଧ୍ୟ ଗର୍ବର ବିଷୟ ।

ସୋସିଆଲ ମିଡିଆରେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି । ପାଖାପାଖି ୪୩ହଜାର ଲୋକ ଏହାକୁ ଲାଇକ ମଧ୍ୟ କରିଛନ୍ତି । ଅନେକ ଜଣ ମଧ୍ୟ ସେମାନଙ୍କ ମାଆଙ୍କ ପ୍ରତି ଥିବା ଭାବନାକୁ ଭିଡିଓରେ କମେଣ୍ଟ ମାଧ୍ୟମରେ ଜଣାଉଥିବା ନଜର ଆସିଛି । ଜଣେ ୟୁଜର୍ସ ମଧ୍ୟ ଏହା ଲେଖିଛନ୍ତି ଯେ ଆପଣଙ୍କ ବର୍ଦ୍ଦିରେ ପ୍ରଥମ ଷ୍ଟାର ମାଆ ଲଗାଇଥିଲେ ଆଉ ଶେଷ ସାଲ୍ୟୁଟ ବି ମାଆଙ୍କୁ ମିଳିଛି, ଆପଣ ବହୁତ ଭାଗ୍ୟଶାଳୀ ।