ମେଡିକାଲ ବିଲରେ କାଟ୍ କରିବାକୁ କହିଲେ ବୋଲି… ଯୁବକଙ୍କୁ ବିବସ୍ତ୍ର କରି ନିସ୍ତୁକ ପିଟିଲେ ହସ୍ପିଟାଲ କର୍ମୀ ।

444

କନକ ବ୍ୟୁରୋ: ଏକ ଘରୋଇ ହସ୍ପିଟାଲରେ ଯୁବକଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ ମାରିଲେ ଘରୋଇ ହସ୍ପିଟାଲର କର୍ମୀ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ଘଟିଛି ଏଭଳି ଘଟଣା ।

ଏହି ଘଟଣାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି । କଥା ହେଉଛି ଲକ୍ଷୀମପୁର ରମୁବାପୁର ଗାଁର ରାମ ଅବତାର ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ସେଠାରେ ତାଙ୍କ ପେଟରେ ଅସ୍ତ୍ରୋପଚାର ହୋଇଥିଲା । ଆଉ ଡିସଚାର୍ଜ ବେଳକୁ ହସ୍ପିଟାଲ କର୍ମଚାରୀ ତାଙ୍କୁ ବିଲ ଧରାଇଥିଲେ ଯାହା ଲକ୍ଷାଧିକ ଟଙ୍କା ଥିଲା । ଏଥିରେ ବିଚଳିତ ହୋଇ ରାମ ଅବତାରଙ୍କ ଜଣେ ସମ୍ପର୍କୀୟ ବିଲରେ କିଛି ଟଙ୍କା କାଟ୍ କରିବାକୁ ହସ୍ପିଟାଲ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ହେଲେ ଏତିକିରେ ରାଗିଯାଇଥିଲେ ଦାୟିିତ୍ୱରେ ଥିବା ମହିଳା କର୍ମଚାରୀ ।

ନିଜ ସହକର୍ମୀଙ୍କୁ ହାତ କରି ଯୁବକଙ୍କୁ ବିବସ୍ତ୍ର କରିବା ସହ ନିସ୍ତୁକ ମାଡ ମାରିଥିଲେ । ତାଙ୍କ ହାତ ଗୋଡ ବାନ୍ଧି ପକାଇଦେଇଥିଲେ । କେହି ଜଣେ ଏହି ଘଟଣାକୁ ରେକର୍ଡ କରି ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଏହି ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ଏହି ଭିଜୁଆଲ ଦେଖିବା ପରେ ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ବୃଜେଣ ପାଠକ । ଘଟଣାର ଯାଞ୍ଚ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।