ଜୁନ୍ ୨୩ରେ ବିରୋଧୀଙ୍କର ହେବ ମହାମେଳି । ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦୀ ବିରୋଧୀ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି ।

140

କନକ ବ୍ୟୁରୋ : ଆସନ୍ତା ଜୁନ୍ ୨୩ ତାରିଖରେ ବିହାରରେ ହେବ ବିରୋଧୀଙ୍କ ମହାମେଳି । ଏକାଠୀ ହେବେ ମୋଦୀ ବିରୋଧୀ । ଗୋଟିଏ ମଂଚରେ ବସିବେ ରାହୁଲ ଗାନ୍ଧୀ, ଅରବିନ୍ଦ କେଜରିୱାଲ, ନୀତିଶ କୁମାର, ମମତା ବାନାର୍ଜୀ, ଏମକେ ଷ୍ଟାଲିନ । କଂଗ୍ରେସ, ଟିଏମସି, ଆପ୍, ଜେଏଏମଏମ, ଜେଡିୟୁ, ଆରଜେଡି , ସିପିଆଇ, ସିପିଏମ ସମେତ ଅଣ-ଏନଡିଏ ଦଳଗୁଡିକର ନେତା ଏହି ବୈଠକରେ ଯୋଗଦେବେ ।
ନିଜ ନିଜ ଭିତରେ ବିବାଦ ସତ୍ୱେ ମୋଦୀଙ୍କୁ ଟକ୍କର ଦେବାକୁ କଂଗେସ ,ଟିଏମସି, ଆପ ଗୋଟିଏ ମଂଚରେ ବସିବେ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ ଯୋଗଦେବା ନେଇ ସୂଚନା ରହିଛି । ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଆଇ ନ୍ୟାସନାଲ ସେକ୍ରେଟାରୀ ଡି ରାଜା, ସିପିଏମ ମୁଖ୍ୟ ସୀତାରାମ ୟେଚୁରୀ ପ୍ରମୁଖ ବିରୋଧୀ ନେତା ଯୋଗଦବାର କାର୍ଯ୍ୟକ୍ରମ ରହିଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଶାସନ କ୍ଷମତାରୁ ହଟାଇବାକୁ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ସେମାନଙ୍କ ମଧ୍ୟରୁ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ ସେନେଇ ନିଷ୍ପତି ନିଆଯାଇପାରେ ବୋଲି କୁହାଯାଉଛି ।