ନକଲି ପୋଲିସକୁ ଧରି ନିସ୍ତୁକ ମାଡ଼ ମାରିଲେ ଗାଁଲୋକ । ଗଞ୍ଜେଇ ଧରିବା ବାହାନାରେ ପୋଲିସ ପରିଚୟ ଦେଇ ଘରେ ପଶି କରୁଥିଲେ ଲୁଟ୍

431

କନକ ବ୍ୟୁରୋ: ନକଲି ପୋଲିସକୁ ମାଡ଼ ମାରିଲେ ଗାଁଲୋକ । କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାଳିଗଟା ଅଞ୍ଚଳର ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜେଇ ଧରିବା ପାଇଁ ନିଜକୁ ପୋଲିସ ପରିଚୟ ଦେଇ ଗାଁରେ ବିଭିନ୍ନ ଘରେ ପଶି ଟଙ୍କା ପଇସା ସୁନା ଗହଣା ଲୁଟ କରୁଥିବା ଏକ ଟିମକୁ ଗ୍ରାମବାସୀ କାବୁ କରିବା ସହ ନିର୍ଧୁମ ମାଡ଼ ମଧ୍ୟ ମାରିଛନ୍ତି ।

ସନ୍ଦେହରେ ଗାଁଲୋକ ଧରିବା ପରେ ସେମାନେ ନକଲି ପୋଲିସ ବୋଲି ଜାଣିବାକୁ ପାଇଥିଲେ । ଫିରିଙ୍ଗିଆ ଅଂଚଳର ସରଳ ଆଦିବାସୀମାନଙ୍କୁ ପୋଲିସ କହି ବିଭିନ୍ନ ମରଣାସ୍ତ୍ର ଦେଖାଇ ଟଙ୍କା ସୁନା ଲୁଟ କରିଆସୁଥିଲେ । ଏମାନଙ୍କୁ ଧରିବା ପରେ ସମସ୍ତ ଗାଁଲୋକ ମିଶି ମାଡ଼ ମାରିଥିଲେ । ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିି ନକଲି ପୋଲିସକୁ ଥାନାକୁ ଆଣି ପଚରାଉଚରା କରିଛନ୍ତି ।