ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ସାଧାରଣ ଲୋକଙ୍କୁ ଆଶ୍ୱସ୍ତି

193

କନକ ବ୍ୟୁରୋ: ଅପରବର୍ତିତ ରହିଲା ରେପୋ ରେଟ୍ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ତଥା ସୁଧ ହାର ଅପବର୍ତ୍ତିର୍ତ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି । ଫଳରେ ସୁଧ ହାର ୬.୫ ପ୍ରତିଶତ ରହିଛି ।

ସେଂଟ୍ରାଲ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଦେଉଥିବା ରଣର ସୁଧ ହାରକୁ ରେପୋ ରେଟ କୁହାଯାଏ । ରେପୋ ରେଟ ବଢିଲେ ସାଧାରଣ ଲୋକଙ୍କ ପକେଟ ଉପରେ ମାଡ ହୁଏ । ବ୍ୟାଙ୍କ ସୁଧ ହାର ବଢାଇଥାଏ । ଫଳରେ ଇଏମଆଇ ମଧ୍ୟ ଅଧିକା ଦେବାକୁ ପଡିଥାଏ । ରେପୋ ରେଟ ଅପରିବର୍ତିତ ରହିଥିବାରୁ ସାଧାରଣ ଲୋକଙ୍କ ଆସ୍ୱସ୍ତି ମିଳିଛି । ତେବେ ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୪ ପ୍ରତିଶତ ଉପରେ ରହିବାର ସମ୍ଭବନା ରହିଛି । ତେଣୁ ଏହା ଉପରେ ନଜର ରଖାଯାଇଥିବା ଆରବିଆଇ ଗଭର୍ନର କହିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬ ଦଶମିକ ୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସୂଚନା ମୁତାବକ, ଚଳିତ ଆର୍ଥିକ ବର୍ଷରେ ପ୍ରଥମ କ୍ୱାଟର ତଥା ପ୍ରଥମ ତିନିମାସରେ ଜିଡିପି ୮ ପ୍ରତିଶତ, ଦ୍ୱତୀୟ କ୍ୱାଟରରେ ୬ ଦଶମିକ ୫ ପ୍ରତିଶତ, ତୃତୀୟ କ୍ୱାଟରରେ ୬ ପ୍ରତିଶତ ଏବଂ ଚତୁର୍ଥ କ୍ୱାଟରରେ ୫ ଦଶମିକ ୭ ପ୍ରତିଶତ ରହିବ  ।