ନୀଳାଦ୍ରି ନିଳୟରେ ନିଆରା ଢଙ୍ଗରେ ରକ୍ଷାବନ୍ଧନ। ଦିବ୍ୟାଙ୍ଗକୁ ଖୁସି କରିବା ପାଇଁ ସ୍ୱତନ୍ତ୍ର ଉତ୍ସବ।

58

କନକ ବ୍ୟୁରୋ: ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ନୀଳାଦ୍ରି ନୀଳୟରେ ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳନ କରାଯାଇଛି । ପୁରୀ ଜିଲ୍ଲା ଗୋପ ବ୍ଳକ କୁନ୍ଦୁରାସ୍ଥିତ ବିକାଶ ସଂସ୍ଥା ଦ୍ୱାରା ପରିଚାଳିତ ନୀଳାଦ୍ରି ନୀଳରେ ୪୯ ଜଣ ଦିବ୍ୟାଙ୍ଗ ରହୁଛନ୍ତି । ସେମାନେ ମଧ୍ୟ ଆଜିର ଦିନଟିକୁ ସ୍ମରଣୀୟ କରିଛନ୍ତି । ଦିବ୍ୟାଙ୍ଗକୁ ଖୁସି କରିବା ପାଇଁ ବିକାଶ ସଂସ୍ଥା ପକ୍ଷରୁ ରାକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି । ଅନ୍ତେବାସୀ ରକ୍ଷା ବନ୍ଧନ ଉତ୍ସବ ପାଳିଛନ୍ତି ।

ନିଳାଦ୍ରୀ ନିଳୟରେ ରହୁଥିବା ପୁରୁଷ ଅନ୍ତେବାସୀଙ୍କ ହାତରେ ମହିଳା ଅନ୍ତେବାସୀ ରାକ୍ଷୀ ବାନ୍ଧିଛନ୍ତି । ଫୁଲ ଚନ୍ଦନ ଦେଇ ଦୀପ ଜାଳି ବନ୍ଦାପନା କରିବା ପରେ ରାଖୀ ବାନ୍ଧିଛନ୍ତି ଭଉଣୀମାନେ । ଏହାପରେ ଭାଇଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଛନ୍ତି ।