ଡିଏସ କୁଟ୍ଟେଙ୍କୁ ନିଲମ୍ବନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭିକେ ପାଣ୍ଡିଆନ । କହିଲେ, କୁଟ୍ଟେ ଜଣେ ସଚ୍ଚୋଟ ଅଧିକାରୀ, ରାଜନୈତିକ ଉଦ୍ଦେଶ୍ୟ ରଖି ନିଆଯାଇଛି କାର୍ଯ୍ୟାନୁଷ୍ଠାନ।

1,214

କନକ ବ୍ୟୁରୋ : ବରିଷ୍ଠ ଆଇପିଏସ୍ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ନିର୍ବାଚନ କମିଶନ ଚାକିରିରୁ ନିଲମ୍ବନ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍ । କହିଛନ୍ତି ଏହା ଏକ ଦୁର୍ଭାଗ୍ୟଜନକ କଥା । ସେ ଜଣେ ସଚ୍ଚୋଟ ଅଧିକାରୀ । ଓଡ଼ିଶାରେ ନକ୍ସଲବାଦ କମାଇବାରେ ତାଙ୍କର ବଡ଼ ଭୂମିକା ରହିଛି । ଜୀବନକୁ ବାଜି ଲଗାଇ ସେ ନକ୍ସଲଙ୍କ ସହ ଲଢିଛନ୍ତି । ଏପରି କାମ କରିବା ଲୋକଙ୍କ ଉପରେ ରାଜନୈତିକ ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ରାଜନୈତିକ ଉଦ୍ଦେଶ୍ୟରେ ବିଜେପି ନେତୃମଣ୍ଡଳୀ ଯାହା ଚାହୁଁଛନ୍ତି ତାହା ହେଉଛି ବୋଲି ଅଭିଯୋଗ କରିଛନ୍ତି ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ନିର୍ବାଚନ ପ୍ରକ୍ରିୟାରେ କୌଣସି ଅଧିକାରୀଙ୍କୁ ବ୍ୟବହାର କରନ୍ତି ନାହିଁ ବୋଲି ପାଣ୍ଡିଆନ୍ କହିଛନ୍ତି ।