ଜମିବାଡି ବିବାଦକୁ କେନ୍ଦ୍ରକରି ବୌଦ୍ଧରେ ଜଘନ୍ୟ ହତ୍ୟାକାଣ୍ଡ। ବାପା-ପୁଅ ମିଶି ବଡ ବାପାଙ୍କୁ କଲେ ହତ୍ୟା।

93

କନକ ବ୍ୟୁରୋ: ଜମିବାଡି ବାବଦରୁ ହତ୍ୟାକାଣ୍ଡ । ରାସ୍ତାକଡରେ ପଡିଛି ମୃତଦେହ । ବାପା ଓ ପୁଅ ମିଶି ବଡ ବାପାଙ୍କୁ ହତ୍ୟା କରିଛନ୍ତି । ବୈାଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଲୁଣିବାହାଲରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ବାପାପୁଅ ମିଶି ବଡ଼ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ବଜାର ଉପରେ ଗୋଡ଼େଇ ଗୋଡ଼େଇ କଇଁଚି ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ମୃତକ ହେଲେ ଯୁବରାଜପୁର ଗାଁର ଝରିକା ବାରିକ ।

ହତ୍ୟାକାରୀ ବାପା ହେଉଛନ୍ତି ସୁବାଷ ବାରିକ ଓ ପୁଅ ଅଶିତ ବାରିକ । ତେବେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଝରିକା ବାରିକ ବଜାରକୁ କିଛି କିିଣିବାକୁ ଯାଇଥିବା ବେଳେ ଅଭିଯୁକ୍ତ ବାପା-ପୁଅ ତାଙ୍କୁ ଗୋଡେଇ ଗୋଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଦୁଈ ଜଣଙ୍କୁ ବୌଦ୍ଧ ଥାନା ସରାନିକଟରୁ କାବୁ କରିଛି ପୁରୁଣା କଟକ ପୋଲିସ । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।