କେରଳରୁ କୋଭିଡ ନୂଆ ସବଭ୍ୟାରିଆଂଟ ରୋଗୀ ଚିହ୍ନଟ । ଜେଏନଡଟ୍ ୱାନରେ ଜଣେ ମହିଳା ସଂକ୍ରମିତ ସୂଚନା

348

କନକ ବ୍ୟୁରୋ : ଚୀନରେ କୋଭିଡର ନୂଆ ସବ ଭ୍ୟାରିଆଂଟକୁ ନେଇ ଆତଙ୍କ । ଜେଏନଡଟ ୱାନ ଭାରିଆଂଟରେ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଡିସେମ୍ବର ୧୩ରେ କେରଳରେ ଏହି ଭୁତାଣୁରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସଂକ୍ରମିତ ଜଣକ ମହିଳା ଓ ତାମିଲନାଡୁର କିନ୍ତୁ ସେ କେରଳରେ ରହୁଛନ୍ତି । ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିଲେ । ସହେନ୍ଦ ଭିତରେ ନଭେମ୍ବର ୧୮ରେ ନମୁନା ପରୀକ୍ଷା କରାଯାଇଥିଲା । ଇନସାକଗ ମୁଖ୍ୟ ଡିଏନକେ ଆରୋରା କହିଛନ୍ତି ଗୋଟେ ମାତ୍ର ଚିହ୍ନଟ ହୋଇଛି । ଏବେ ସୁଦ୍ଧା ଡାକ୍ତରଖାନାରେ କେହି ଭର୍ତି ହୋଇନାହାଁନ୍ତି । ରୟଟର୍ସ ସୂଚନା ମୁତାବକ ଏହି ସବଭ୍ୟାରିଆଂଟ ପୂର୍ବରୁ ଆମେରିକା, ଇଟଲୀ ଓ ଫ୍ରାନ୍ସରେ ଦେଖିବାକୁ ମିଳିଥିଲେ ବି ସଂକ୍ରମଣ କମ ଥିଲ େ ଚୀନର ଏହା ସଂକ୍ରମଣ ବୃଦ୍ଧି ଆଶଙ୍କାଙ୍କୁ ଏଡାଇ ଦିଆଯାଇପାରିବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ନୂଆ ଭାରିଆଂଟରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଥିବା ଲକ୍ଷଣ ସାମାନ୍ୟଭାବେ କୋଭିଡ ଲକ୍ଷଣ ପରି ଥଣ୍ଡା,କାଶ ଓ ଜର ରହିଛି । ତେବେ ଏହି ସବଭ୍ୟାରିଆଂଟର ପ୍ରକୋପ ଓ ଅନ୍ୟାନ୍ୟ ଲକ୍ଷଣ ଉପରେ ଅଧ୍ୟୟନ ଜାରି ରହିିଛି । ସେପଟ ସିଙ୍ଗାପୁର, ଇଣ୍ଡୋନେସିଆ. ମାଲେସିଆରେ ସପ୍ତାହକ ଭିତରେ ମାମଲା ୭୦ ପ୍ରତିଶତ ବଢ଼ିବା ଚିନ୍ତା ସୃଷ୍ଟି କରିଛି ।