ବଡ଼ ଘରର ବଡ଼ ଗୁମର କଥା । ବଚ୍ଚନ ଫ୍ୟାମିଲିରେ ଉଠିଛି ଝଡ଼! ଅଲଗା ହେବେ କି ଐଶ୍-ଅଭିଷେକ?

2,723

କନକ ବ୍ୟୁରୋ : ଷ୍ଟାର୍ କପଲ୍ ଐଶର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କୁ ନେଇ ବଲିଉଡ଼ ଗଳିରେ ଏବେ ଜୋରଦାର ଗସିପ୍ । ବଚ୍ଚନ ଫ୍ୟାମିଲିରେ ସବୁ କିଛି ଠିକ୍ ଚାଲିନଥିବା ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଶାଶୁ ଜୟା ବଚ୍ଚନ ଏବଂ ଅଭିଷେକଙ୍କ ସହ ବିବାଦ ବଢିବା ପରେ ଏବେ ଐଶର୍ଯ୍ୟା ଶାଶୁଘର ଛାଡି ନିଜ ମା’ଙ୍କ ପାଖରେ ରହୁଛନ୍ତି । କିଛି ଦିନ ତଳେ ଅମିତାଭ୍ ବଚ୍ଚନ ନିଜ ଝିଅ ଶ୍ୱେତା ନନ୍ଦଙ୍କୁ ‘ଜଲସା’ ଘର ଗିଫ୍ଟ ଦେବା ପରେ ଐଶର୍ଯ୍ୟା ଶାଶୁଘର ଛାଡିଛନ୍ତି । ଏପରି କି ଉଭୟଙ୍କ ବିବାହ ଛାଡ଼ପତ୍ର ପାଇଁ ମଧ୍ୟ ପ୍ର୍ରକ୍ରିୟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ବଚ୍ଚନ ପରିବାରର ନିକଟତରଙ୍କ ଠାରୁ ଆସୁଥିବା ଖବର ଅନୁଯାୟୀ ଝିଅ ଆରାଧ୍ୟା ପାଇଁ ଉଭୟ ଦମ୍ପତି ଏକାଠି ରହୁଥିବା ବେଳେ ଏବେ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି । ତେବେ ଗୁଜବ ନେଇ ବଚ୍ଚନ ପରିବାର ପକ୍ଷରୁ କୌଣସି ଅଧିକାରୀକ ବିବୃତି ମଧ୍ୟ ଦିଆଯାଇନାହିଁ । ଏସବୁ ମଧ୍ୟରେ ମୁମ୍ବାଇରେ ଏକ ବିଶେଷ କାର୍ଯ୍ୟକ୍ରମରେ ଐଶର୍ଯ୍ୟା ରାୟ ବଚ୍ଚନ ପରିବାର ସହ ଦେଖାଦେଇଥିଲେ । ଝିଅ ଆରାଧ୍ୟାଙ୍କ ସ୍କୁଲର ବାର୍ଷିକ କାର୍ଯ୍ୟକ୍ରମରେ ପରିବାର ସହ ନଜର ଆସିଛନ୍ତି ଐଶ୍ୱର୍ଯ୍ୟା । କିଛି ଦିନ ପୂର୍ବରୁ ଫିଲ୍ମ ‘ଦ ଆର୍ଚିଜ’ର ସ୍ପେଶାଲ ସ୍କ୍ରିନିଂ ସମୟରେ ଐଶର୍ଯ୍ୟା ଝିଅ ଆରାଧ୍ୟା ଏବଂ ଅଭିଷେକ ବଚ୍ଚନଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳଥିଲା । ବଡ ଘରର ବଡ ଗୁମର କଥା ପଛରେ ସତ କ’ଣ ସେକଥା ସମୟ କହିବ ।