ମୁମ୍ବାଇ ଇଣ୍ଡିଆନ୍ସ ଉପରେ ସୋସିଆଲ ମିଡିଆ ଫଲୋଅର୍ସଙ୍କ ଅସନ୍ତୋଷ । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ପରେ କମିଲା ଫଲୋଅର୍ସଙ୍କ ସଂଖ୍ୟା

431

କନକ ବ୍ୟୁରୋ : ରୋହିତ ଗଲେ ପାଣ୍ଡ୍ୟା ଆସିଲେ, କମିଲା ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ସଂଖ୍ୟା । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦେବା ଦଳକୁ ମହଙ୍ଗା ପଡିଛି । ଏହି ନିଷ୍ପତି ପରେ ପାଖାପାଖି ୫ଲକ୍ଷ ଫଲୋର୍ସ ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିଛନ୍ତି । ଅନେକ ପ୍ରଶଂସକ ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତିକୁ ନାପସନ୍ଦ କରିବା ସହ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୧୩ରୁ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରହିଆସିଥିବା ବେଳେ ୧୦ବର୍ଷରେ ଦଳକୁ ୫ଥର ଚମ୍ପିୟାନ କରାଇଛନ୍ତି । ତେବେ ୨୦୨୪ ଆଇପିଏଲ ସିଜିନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତି ଦେଇଛି ଦଳ । କୁହାଯାଉଛି ଯେ କ୍ୟାପଟେନ ହେବା ସର୍ତରେ ହାର୍ଦ୍ଦିକ ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିବା ବେଳେ ଦଳ ତାଙ୍କୁ ଦାୟିତ୍ୱ ଦେଇଛି । ଟିମ୍ ଏକ୍ସଚେଂଜ ନିୟମ ଅନୁଯାୟୀ ଗୁଜରାଟ ଟାଇଟନ୍ସକୁ ୧୫କୋଟି ଟଙ୍କା ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳକୁ ଫେରାଇ ଆଣିଛି ମୁମ୍ବାଇ ।