ବିଜେଡି ନୂଆ କାର୍ଯ୍ୟାଳୟରେ ନୂଆ ସୁବିଧା: ନେତା ଓ କର୍ମୀଙ୍କ ସମ୍ମିଳନୀ ପାଇଁ ସମ୍ମିଳନୀ କକ୍ଷ, ଚା’ ଓ କଫି ପାଇଁ ହୋଇଛି କ୍ୟାଫେଟେରିଆ

235

କନକ ବ୍ୟୁରୋ: ପଥରରେ ଖୋଦେଇ ହୋଇଛି ଓଡ଼ିଶାର ସଂସ୍କୃତି, ଐତିହ୍ୟି, କଳା ଓ ଭାସ୍କର୍ଯ୍ୟର ଛାପ୍ । କାର୍ଯ୍ୟାଳୟର ପ୍ରବେଶପଥ ଦକ୍ଷିଣ ପାଶ୍ୱର୍ରେ ପ୍ରଭୁ ଗଣେଷଙ୍କ ଏକ ମନ୍ଦିର ରହିଛି । ୩ମହଲା ବିଶିଷ୍ଠ ପ୍ରାସାଦର ତଳେ ରହିଛି ବିଶାଳ ପାର୍କିଂ ଏରିଆ । ଯେଉଁଥିରେ ୪୦ଠି ଗାଡି କାର ଏକାସହ ରହିପାରିବ । ଏହା ଭିତରେ ରହିଛି ଆକର୍ଷଣୀୟ କ୍ୟାଫେଟେରିଆ । ଯେଉଁଠି ଏକସହ ୪ଶହ ରୁ ୫ଶହ ଏକାସହ ବସିପାରିବେ । ବଡ ବଡ ମଲର କ୍ୟାଫେଟରିଆ ଭଳି ନିର୍ମାଣ ହୋଇଛି ଏହି କ୍ୟାଫେଟେରିଆ । ସୁଲଭ ଦରରେ ସବୁପ୍ରକର ବ୍ୟଂଜନ ବ୍ୟବସ୍ଥା ରହିଛି । ପ୍ରଥମ ମହଲାରେ ୨ହଜାର ସିଟ ବିଶିଷ୍ଠ ସମ୍ମିଳନୀ କକ୍ଷ, ୨୫୦ ସିଟ୍ ବିଶିଷ୍ଠ ଅଡିଟୋରିୟମ ଓ କ୍ୟାଫେଟେରିଆ । ପ୍ରଥମ ମହଲାରେ ସାମ୍ବାଦିକ ସମ୍ମିଳନୀ ପାଇଁ ଏକ ଅଲଗା କକ୍ଷ ରହିଛି ।ଦଳର ବଡ଼ ଚେହେରାମାନଙ୍କ ପାଇଁ ବ୍ୟକ୍ତିଗତ ଅଫିସ ରହିଛି ଦିତ୍ୱୀୟ ମହଲାରେ । ଏହା ସହ ଛାମୁଆ ସଂଗଠନମାନେ ମଧ୍ୟ ଏହି ମହଲାରୁ କାର୍ଯ୍ୟ କରିବେ । ୩୦ଜଣ ବରିଷ୍ଠ କର୍ମକର୍ତା ଏହି ପ୍ରକୋଷ୍ଟରେ ତାଙ୍କ କାର୍ଯ୍ୟ କରିପାରିବେ । ଦଳର ଆଇଟି ସେଲ ମଧ୍ୟ ଦ୍ୱିତୀୟ ମହଲାରେ ରହିଛି । ଲୋକସଭା ଭବନ ଭଳି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରକୋଷ୍ଠ ତୃତୀୟ ମହଲାରେ ରହିଛି । ୨ବର୍ଷ ଭିତରେ ବିଜେଡ଼ିର ଏହି ଭବ୍ୟ କାର୍ଯ୍ୟାଳୟର ନିର୍ମାଣ ଶେଷ ହୋଇଛି । ୨୦୨୧ ରଥଯାତ୍ରା ଦିନ ଏହା ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପୂର୍ବରୁ ଥିବା ଦଳର କାର୍ଯ୍ୟାଳୟକୁ ସମ୍ପୂଣ୍ଣଭାବେ ଭଙ୍ଗାଯାଇ ଏହି ସୁରମ୍ୟ ଶଂଖଭବନ ନିର୍ମାଣ କରାଯାଇଛି ।