ବିଏସସି ନର୍ସିଂ ପାଇଁ ଦେବାକୁ ହେବ ନିଟ୍ ପରୀକ୍ଷା: ଡିଏମଇଟି ଜାରି କଲା ବିଜ୍ଞପ୍ତି, ମେଧାବୀ ହେବେ ଉପକୃତ

2,109

କନକ ବ୍ୟୁରୋ: ଓଡିଶା ସରକାର ପକ୍ଷରୁ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଜାରି କରିଛି ବିଜ୍ଞପ୍ତି । ଏଥିରେ କୁହାଯାଇଛି, ୨୦୨୩-୨୪ ଶିକ୍ଷା ବର୍ଷରୁ ବିଏସସି ନର୍ସିଂ ପାଠ ପଢିବାକୁ ହେଲେ ନିଟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ । ଏହା ହେଲେ ରାଜ୍ୟରେ ନର୍ସିଂ ଶିକ୍ଷା ସୁଦୃଢ ହୋଇପାରିବ ଓ ଉନ୍ନତମାନର ଚିକିତ୍ସା ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆଶା ରଖିଛି ।

ରାଜ୍ୟରେ ଏବେ ଅଧିକାଂଶ ମେଡିକାଲରେ ପର୍ଯ୍ୟାପ୍ତ ନର୍ସ ନାହାନ୍ତି ।
-୨୦୨୧-୨୦୨୨ ସୁଦ୍ଧା ୨୮ ହଜାର ୨୯୫ ନର୍ସ ପଦବୀ ରହିଛି
-ଏଥିରୁ ଖାଲିପଡିଥିଲା ୧୬ ହଜାର ୩୦୬ ପଦବୀ
-୨୦୨୩ରେ ସରକାର ୭ ହଜାର ୩୮୪ ପଦ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି ।
-ଏବେ ବି ଖାଲିପଡିଛି ୮ ହଜାର ୯୨୨ ନର୍ସ ପଦବୀ

ଏବେ ନିଟ୍ ପ୍ରବେଶକା ପରିକ୍ଷା ହେଲୋ ଓଡିଶାର ଛାତ୍ରଛାତ୍ରୀ ରାଜ୍ୟବାହାରେ ବଡ ବଡ ମେଡିକାଲରେ ପାଠପଢିବା ସୁଯୋଗ ପାଇବେ । ସେହିଭଳି ଅନ୍ୟ ରାଜ୍ୟର ପିଲା ବି ଓଡିଶାରେ ନର୍ସିଂ ପାଠପଢିପାରିବେ । ଆଉ ନିଟ୍ ଦ୍ୱାରା ବିଏସସି ନର୍ସିଂ ପଦ ପୂରଣକୁ ସ୍ୱାଗତ କରିଛନ୍ତି ନର୍ସିଂ ଛାତ୍ରୀ ।

ରାଜ୍ୟରେ ଏବେ ୮ ଟି ସରକାରୀ ନର୍ସିଂ କଲେଜରେ ୭୫୦ ସିଟ୍ ଅଛି । ସେହିଭଳି ୨୦୨୧-୨୨ରେ ୧୫୧ଟି ବେସରକାରୀ ବିଏସଇ ନର୍ସିଂ କଲେଜର ୪ ହଜାରରୁ ଅଧିକ ସିଟ ରହିଥିଲା । ତେବେ ପୂର୍ବରୁ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷା ମାର୍କ ଆଧାରରେ ବିଏସସି ନର୍ସିଂ ଚୟନ କରାଯାଉଥିଲା । ଏବେ ନିଟ ପ୍ରବେଶିକା ପରୀକ୍ଷା ଦ୍ୱାରା ନର୍ସ ଚୟନ କରାଯିବ ।