ବିଧାନସଭାରେ ଦଳୀୟ କାର୍ଯ୍ୟକ୍ରମ କରୁଛି ବିଜେପି । ଗୃହ ମୁଲତବି ପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

108

କନକ ବ୍ୟୁରୋ : ଚାଷୀ ସମସ୍ୟାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା ପରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି । ଗୃହକାର୍ଯ୍ୟରେ ବାରମ୍ବାର ବାଧା ସୃ୍ଷ୍ଟି ହେଉଥିବାରୁ କଂଗ୍ରେସ ମଧ୍ୟ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେପି ବିଧାୟକମାନେ ବିଧାନସଭାରେ ତାଙ୍କ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। ଫସଲବୀମା ଟଙ୍କା ଚାଷୀଙ୍କୁ ବୀମା କମ୍ପାନୀ ଦେବ । ରାଜ୍ୟ କି କେନ୍ଦ୍ର ସରକାର ଦେବନି। ଯେଉଁ ବୀମା ସଂସ୍ଥା ଟଙ୍କା ନେଇଥିଲା ସେ ବର୍ତ୍ତମାନ ଦେଉନି ଅର୍ଥ। ଏଥିରେ ସମ୍ପୂର୍ଣ ଭାବେ କେନ୍ଦ୍ର ଦାୟୀ। କାରଣ ବୀମା କମ୍ପାନୀ ତାଲିକା କେନ୍ଦ୍ର ଦେଇଥିଲେ।

କେବଳ କେନ୍ଦ୍ର ନୁହେଁ ରାଜ୍ୟ ସରକାର ମଧ୍ୟ ସମପରିମାଣରେ ଦାୟୀ । ରାଜ୍ୟ କାହିଁକି ଏ ଯୋଜନା ଲାଗୁ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ୍ କଲରେ ମୁଖ୍ୟମନ୍ତ୍ରୀ ରାଜି ହୋଇଯାଆନ୍ତି। ତେଣୁ ଏଭଳି ସମସ୍ୟା ଉପୁଜିଲା । ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟ କରାଯାଉଛି ବୋଲି ନରସିଂହ କହିଛନ୍ତି ।