ଲାଲକିଲ୍ଲାରୁ ‘ବିଶ୍ୱକର୍ମା ଯୋଜନା’ର ଘୋଷଣା କଲେ ମୋଦୀ । କେଉଁମାନେ ହେବେ ଉପକୃତ?

20,910

କନକ ବ୍ୟୁରୋ: ଆଜି ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟମବର୍ଗଙ୍କ ପାଇଁ ଆଉ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି । ନିଜର କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ କରିଥିବା ବିଭିନ୍ନ ଯୋଜନା ଓ ସେଗୁଡିକର ସୁଫଳ କହିବା ପରେ ‘ବିଶ୍ୱକର୍ମ ଯୋଜନା’ର ଘୋଷଣା କରିଛନ୍ତି ।

ଏହି ଯୋଜନା ଦ୍ୱାରା ବିଶେଷ ବର୍ଗ ଲାଭବାନ୍ ହୋଇପାରିବେ । ସୁନାରୀ, ବୁଣାକାର, ରାଜମିସ୍ତ୍ରୀ, ବାରିକ ଏବଂ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା । ଏହା ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଏହାକୁ ବିଶ୍ୱକର୍ମା ଜୟନ୍ତିଠାରୁ କାର୍ଯ୍ୟକାରୀ କରାଯିବ ବୋଲି ମୋଦୀ ଘୋଷଣା କରିଛନ୍ତି । ୧୩ରୁ ୧୫ ହଜାର କୋଟି ଟଙ୍କାରୁ ଏହି ଯୋଜନା ଆରମ୍ଭ ହେବ ।

ଆସନ୍ତା ୫ ବର୍ଷରେ ଦେଶକୁ ତୃତୀୟ ଅର୍ଥ ଶକ୍ତି ଭାବେ ଉଭା କରିବାକୁ ଲକ୍ଷ୍ୟ ସ୍ଥିର କରିଛନ୍ତି ମୋଦୀ ସରକାର । ପାଖାପାଖି ୧୩. ୫ କୋଟି ମଧ୍ୟବିତ୍ତ ପରିବାରର ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ଗାଁର ଶକ୍ତି ବଢିଲେ ସହରାଞ୍ଚର ଆର୍ଥିକ ଶକ୍ତି ମଧ୍ୟ ଦ୍ରୁତ ଗତିରେ ବଢିବ ବୋଲି ମୋଦୀ କହିଛନ୍ତି ।