ପିପିଲି ବ୍ଲକ ସରସ୍ୱତୀପୁର ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାରୁ ୧୦ ବଖରା ଘର ଜାଳିଦେଲେ ଦୁର୍ବୃତ୍ତ

74

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ ନେଇ ଦୃର୍ବୁତ୍ତଙ୍କ ଉନ୍ମୁତକାଣ୍ଡ । ଜାଳିଦେଲେ ୧୦ ବଖରା ଘର । ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ୱତୀପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ରାତି ଅଧରେ ଦୁର୍ବୃତ୍ତ ୧୦ ବଖରା ଘରେ ନିଆଁ ଲଗାଇ ଦେଇଥିଲେ । ଘର ସହ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ପୂର୍ବରୁ ଗାଁର ୨ ଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଦୃର୍ବୁତ୍ତ ଏଭଳି କରିଥିବା କ୍ଷତିଗ୍ରସ୍ତକାରୀମାନେ ଅଭିଯୋଗ କରିଛନ୍ତି ।