ସାମ୍ନାକୁ ଆସୁଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ସତ : ଷଷ୍ଠ ପାସ୍ କରି ପଇସା ଦେଇ ପାଇଛନ୍ତି ଚାକିରୀ

ଗୋଟିଏ ପରିବାରର ୧୩ ଜଣଙ୍କୁ ମିଳିଛି ନିଯୁକ୍ତି

612

କନକ ବ୍ୟୁରୋ : ସାମ୍ନାକୁ ଆସୁଛି ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାର ସତ । ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଜଣେ ପ୍ରାର୍ଥୀଙ୍କୁ ଚାକିରି ମିଳିଥିଲା । ଏମିତିକି ନିଯୁକ୍ତି ପରୀକ୍ଷା ଦେଇନଥିବା ପ୍ରାର୍ଥୀଙ୍କୁ ବି ମୋଟା ଲାଞ୍ଚ ଦ୍ୱାରା ମନୋନୀତ କରାଯାଇଥିଲା ।

କେବଳ ଏତିକି ନୁହେଁ ପାର୍ଥ ଚାଟାର୍ଜୀଙ୍କ ପୂର୍ବତନ ଅଙ୍ଗରକ୍ଷୀଙ୍କ ପରିବାରରୁ ୧୩ ଜଣଙ୍କୁ ଶିକ୍ଷା ବିଭାଗରେ ଚାକିରି ମିଳିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏଭଳି ରହିଛନ୍ତି, ଯିଏ ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି । ଏହିଭଳି ଭାବେ ଅର୍ପିତାଙ୍କ ସୁପାରିଶ କ୍ରମେ ତାଙ୍କର ସଂପର୍କୀୟଙ୍କୁ ଚାକିରି ମିଳିଥିଲା । ଏମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ କାହାରିକୁ ଶିକ୍ଷା ବିଭାଗରୁ ହଟାଯାଇ ନାହିଁ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲାର ସିବିଆଇ ତଦନ୍ତ କରୁଛି । ଅର୍ଥ ଠକେଇ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି ।