ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ମାଧ୍ୟମିକ ଶିକ୍ଷକ ସଂଘ । ବିଭିନ୍ନ ଦାବି ନେଇ ୧୧ ଦିନ ହେବ କରୁଥିଲେ ବିକ୍ଷୋଭ ।

90

କନକ ବ୍ୟୁରୋ : ୨ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରିଲେ ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ । ପ୍ଲାକାର୍ଡ ଧରି ଶିକ୍ଷକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ହୋଇଥିବା ଶିକ୍ଷକ ଶିକ୍ଷୟତ୍ରି ମାନଙ୍କୁ ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରୀ ସହ ଯୋଡ଼ାଯାଉ । ୬ଟି ନ୍ୟାସନାଲ ଇନକ୍ରିମେଂଟ ଦିଆଯାଉ ବୋଲି ଦାବି କରିଛନ୍ତି । ୧୧ ଦିନ ଧରି ଧାରଣାରେ ବସିଥିବା ମାଧ୍ୟମିକ ଶିକ୍ଷ ସଂଘ ନିଜର ଦାବି ନେଇ ନିଜ ନିଜ ଜିଲ୍ଲାର ମନ୍ତ୍ରୀ ମାନଙ୍କର ବାସଭବନ ଘେରାଉ ପାଇଁ ଯୋଜନା କରିଛନ୍ତି । ଆଉ ଏହି ଘେରାଉର ଆରମ୍ଭ ମନ୍ତ୍ରୀ ସମୀର ଦାସଙ୍କ ବାସଭବନରୁ ଆରମ୍ଭ ହୋଇଛି ।