ଆଜି ପବିତ୍ର ମକର ସଂକ୍ରାନ୍ତି : ଘଟଗାଁ ତାରିଣୀ ସମେତ ରାଜ୍ୟର ବିଭିନ୍ନ ପୀଠରେ ଲାଗୁ ହୋଇଛି କଟକଣା 

218

କନକ ବ୍ୟୁରୋ : ଆଜି ପବିତ୍ର ମକର ସଂକ୍ରାନ୍ତି । ଓଡିଆଙ୍କର ଏକ ବଡ ପର୍ବ । ପ୍ରାୟ ସବୁ ବର୍ଷ ଏହି ପର୍ବକୁ ବେଶ୍ ଧୂମଧାମରେ ପାଳନ କରନ୍ତି ଓଡିଆ । ଲୋକମାନେ ବିଭିନ୍ନ ଦେବ ସ୍ଥାନକୁ ଯିବା ସହ ପିକନିକ ଓ ବଣଭୋଜି କରିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଘଟଗାଁ ତାରିଣୀ ସମେତ ଏକାଧିକ ପୀଠରେ କଟକଣା ଲାଗୁ ହୋଇଛି ।

କଟକଣା ଅନୁସାରେ, ପୋଖରୀ, ନଦୀ କିମ୍ବା କୌଣସି ଜଳାଶୟରେ ସମୂହ ସ୍ନାନ ହୋଇପାରିବ ନାହିଁ । ସେହିଭଳି ମକର ସଂକ୍ରାନ୍ତି ଉପଲକ୍ଷେ କୌଣସି ପ୍ରକାରର ମକରମେଳା ବା ମୀନା ବଜାର ଆୟୋଜନ ହୋଇପାରିବ ନାହିଁ । କୌଣସି ଧାର୍ମିକ ଅନୁଷ୍ଠାନରେ ସର୍ବସାଧାରଣ ପୂଜା କିମ୍ବା ଭୋଗ କରିବା ପାଇଁ ସୁଯୋଗ ମିଳିବ ନାହିଁ । କିନ୍ତୁ ଅନୁଷ୍ଠାନଗୁଡ଼ିକରେ ଠାକୁରଙ୍କ ଦୈନିଦିନ ପୂଜା ବିଧି କେବଳ ପୂଜାରିଙ୍କ ଦ୍ବାରା ହୋଇପାରିବ। ପୂଜାରିମାନେ ଉଭୟ ଡୋଜ୍‌ ଟିକା ନେଇଥିବା ଜରୁରୀ । ସାଧାରଣ ଦର୍ଶନ ହେବ ନାହିଁ । ସର୍ବସାଧାରଣ ଜାଗାରେ ଏହି ଉତ୍ସବ ପାଳନ ହେବ ନାହିଁ । ଏଭଳି ପରିଲକ୍ଷିତ ହେଲେ ମହାମାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗଞ୍ଜାମ ପ୍ରଶାସନ ପକ୍ଷରୁ ସମସ୍ତ ସମୁଦ୍ର ବେଳାଭୂମିରେ କଟକଣା ଲାଗୁ ହୋଇଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର, ସୋନପୁର ସମେତ ଜିଲ୍ଲାରେ ଥିବା ସମସ୍ତ ବେଳାଭୂମି ବନ୍ଦ ରହିବ । ଏପଟେ ଭୁବନେଶ୍ୱରରେ ନଦୀ ଓ ଜଳାଶୟରେ ମକର ବୁଡ଼ ପକାଇବା ପାଇଁ ନିଷେଧାଦେଶ ଜାରି କରିଛି ବିଏମସି ।