ଶିବାଜୀ ପାର୍କରେ ଦଶହରା ରାଲି କରିବାକୁ ସିନ୍ଦେ ଓ ଉଦ୍ଧବ ଗ୍ରୁପ ମଧ୍ୟରେ ସଂଘର୍ଷ, ଜାଣନ୍ତୁ କଣ ରହିଛି ଏହି ପାର୍କର ସ୍ୱତନ୍ତ୍ରତା

138

କନକ ବ୍ୟୁରୋ : ଦଶହରାରେ ମହାରାଷ୍ଟ୍ରର ଦାଦର ଠାରେ ଥିବା ଶିବାଜୀ ପାର୍କରେ ପ୍ରତିବର୍ଷ ଶିବସେନା ରାଲି କରିଥାଏ । ହେଲେ ଏଥର ଦଶହରାରେ ଶିବାଜୀ ପାର୍କରେ ରାଲି କରିବାକୁ ଉଭୟ ଉଦ୍ଧବ ଠାକରେଙ୍କ ଗ୍ରୁପ ଓ ଏକନାଥ ସିନ୍ଦେ ଗ୍ରୁପ ଆବେଦନ କରିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ଚଳିତବର୍ଷ ଅକ୍ଟୋବର ୫ ରେ ଦଶହରା ପଡୁଥିବାରୁ ଶିବାଜୀ ପାର୍କରେ କିଏ ରାଲି କରିବ ତାହାକୁ ନେଇ ଦେଖା ଦେଇଛି ବିବାଦ । ଏବେ ଏହାକୁ ନେଇ ଉଦ୍ଧବ ଓ ସିନ୍ଦେ ଗ୍ରୁପ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଛି । ଏନେଇ ଉଭୟ ଗ୍ରୁପ ତରଫରୁ ଏନେଇ ମୁମ୍ବାଇ ନାଗରିକ ସଂଘ ପାଖରେ ଆବେଦନ କରିଛନ୍ତି । ହେଲେ ବିଏମସି ଓ ପୋଲିସ ଏନେଇ ଏପର୍ଯ୍ୟନ୍ତ କାହାକୁ ଅନୁମତି ଦେଇନାହିଁ ।

ସେପଟେ କିଛିଦିନ ତଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କିଛିଦିନ ତଳେ ଘୋଷଣା କରିଥିଲେ କି ଚଳିତ ବର୍ଷ ଶିବସେନା ଶିବାଜୀ ପାର୍କରୁ ଦଶହରାରେ ରାଲି ବାହାର କରିବ । ଏହି ରାଲିରେ ସାରା ରାଜ୍ୟର ଶିବ ସୈନିକ ମାନେ ଉପସ୍ଥିତ ରହିବେ ବୋଲି ସେ କହିଥିଲେ । ଏହାର ଜବାବରେ ଠାଣେ ମେୟର ତଥା ସିନ୍ଦେଗ୍ରୁପର ପ୍ରବକ୍ତା ନରେଶ ମସ୍କେ କହିଥିଲେ କି ଉଦ୍ଧବ ଠାକରେ ଯେତେବେଳେ ଶିବସେନା ସଂସ୍ଥାପକ ସ୍ୱର୍ଗତଃ ବାଲା ସାହେବଙ୍କୁ ଆଦର୍ଶକୁ ଅବମାନନା କରୁଛି ସେତେବେଳେ ଶିବାଜୀ ପାର୍କରୁ ରାଲି ବାହାର କରିବାରେ ତାଙ୍କର କୌଣସି ଅଧିକାର ନାହିଁ ।