ଶ୍ରୀକ୍ଷେତ୍ରରେ ବିରାଜମାନ ଦେବୀ ଅଲାମ ଚଣ୍ଡୀ : ସକାଳୁ ସକାଳୁ ମା’ଙ୍କ ଦର୍ଶନ ପାଇଁ ଭିଡ

67

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପ୍ରବେଶ ପଥ ଅଠରନଳା ନିକଟରେ ବିରାଜମାନ ଶ୍ରୀଅଲାମ ଚଣ୍ଡୀ । ଅଠରନଳା ପାର ହୋଇ ବଡଦାଣ୍ଡ ଆସିବା ରାସ୍ତାର ଦକ୍ଷିଣ ପଟରେ ମାଆ ଅଲାମ ଚଣ୍ଡୀ ରହିଛନ୍ତି । ବାମ ପାଶ୍ୱର୍ରେ ରହିଛି ପ୍ରସିଦ୍ଧ ପଥର ପୁଷ୍କରିଣୀ । ଏହି ଶକ୍ତିପୀଠ ଅତି ପ୍ରାଚୀନ ହୋଇଥିଲେ ମଧ୍ୟ ମନ୍ଦିର ନିର୍ମାଣ ସଂପର୍କରେ କିଛି ନିର୍ଦ୍ଦିଷ୍ଟ ସମୟ ମିଳିନାହିଁ । ଏହି ମନ୍ଦିର ମାନୁମାନିକ ୧୭ ଶହ ଶତାବ୍ଦୀରେ ନିର୍ମିତ ହୋଇଥିବା ଗବେଷକମାନେ ମତ ଦେଇଛନ୍ତି ।

ପରବର୍ତ୍ତୀ ସମୟରେ ମନ୍ଦିରର ନାଟ ମଣ୍ଡପ ନିର୍ମାଣ କରାଯାଇଛି । ଶ୍ରୀମନ୍ଦିରର ଅନେକ ରୀତିନୀତି ସହ ଜଡ଼ିତ ଦେବୀ ଅଲାମ ଚଣ୍ଡୀ । ଭାରତରେ ଯେତେ ଦେବଦେବୀ ମନ୍ଦିର ରହିଛି ତା ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିରରେ ସର୍ବାଧିକ ରୀତିନୀତି ରହିଛି । ଶ୍ରୀମନ୍ଦିର ଦୈନନ୍ଦିନ ନୀତି ବ୍ୟତୀତ ଶ୍ରୀମନ୍ଦିର ବାହାରେ ଥିବା ଅନେକ ଦେବଦେବୀ ପୀଠ ଓ ମନ୍ଦିର ସହିତ ଶ୍ରୀଜିଉମାନଙ୍କର ନିବିଡ଼ ସମ୍ପର୍କ ରହିଛି ।