ସ୍ଥଳଭାଗ ମୁହାଁ ଲଘୁଚାପ : ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ! ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

228

କନକ ବ୍ୟୁରୋ : ସ୍ଥଳଭାଗ ମୁହାଁ ଲଘୁଚାପ । ଆଜି ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି । ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ।

୨୪ ଘଣ୍ଟା ପରେ ରାଜ୍ୟରେ କମିବ ଲଘୁଚାପର ପ୍ରଭାବ । ସେହିପରି ମୌସୁମୀ ପ୍ରଭାବରେ ରାଜ୍ୟରେ ୧ ଜୁନରୁ ୨୦ ସେପ୍ଟେମ୍ବର ମଧ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ୧୦୯୧.୧ ମିମି ତୁଳନାରେ ୫ପ୍ରତିଶତ ଅଧିକ । କନ୍ଧମାଳ ଜିଲ୍ଲାରେ ବର୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମିମି ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମିମି ବର୍ଷା ରେକର୍ଡ ହୋଇଛି ।