ଜାଣନ୍ତୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସମ୍ପତ୍ତି କେତେ ?

430

କନକ ବ୍ୟୁରୋ : ୯୨ ବର୍ଷ ବୟସରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଦେହାନ୍ତ । ୨୮ ସେପ୍ଟେମ୍ବର ୧୯୨୯ରେ ଜନ୍ମଗ୍ରହଣ କରିଥିଲେ । ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କର ଜନ୍ମ ।ପରିବାର ୫ ସନ୍ତାନ ମଧ୍ୟରୁ ବଡ ଝିଅ ଥିଲେ ।  ଲତାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଥିଲା । ୩୬ଟି ଭାରତୀୟ ଏବଂ ୩ଟି ବିଦେଶୀ ଭାଷାରେ ଗୀତ ଗାଇଛନ୍ତି ।ଲତାଙ୍କୁ କୁଇନ୍ ଅଫ୍ ମେଲୋଡି, ନାଇଟିଏଙ୍ଗେଲ୍ ଅଫ୍ ଇଣ୍ଡିଆ କୁହାଯାଏ । ତେବେ ଲତା ମଙ୍ଗେସକରଙ୍କ ପ୍ରଥମ ରୋଜଗାର କେତେ ଟଙ୍କା ଥିଲା ? ଏଥି ସହିତ ତାଙ୍କର ଅଚଳାଚଳ ସମ୍ପତ୍ତି କେତେ ରହିଛି ?

ମିଡିଆ ରିପୋର୍ଟ ଅନୁସାରେ, ଲତା ମଙ୍ଗେସକର ୧୩ ବର୍ଷ ବୟସରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଦରମା ୨୫ ଟଙ୍କା ଥିଲା । ଜୀବନଶୈଳୀ ବହୁତ ସାଧାରଣ ଥିଲା କିନ୍ତୁ ତାଙ୍କ ପାଖରେ ବିଭିନ୍ନ ବ୍ରାଣ୍ଟ କାରର କଲେକ୍ସନ୍ ରହିଥିଲା । ସୂଚନାନୁସାରେ, ଲତା ଦିଦି ପାଖାପାଖି ୩୭୦ କୋଟି ସମ୍ପତ୍ତିର ଅଧିକାରୀ । ଏହା ବ୍ୟତୀତ ବିଭିନ୍ନ ସଂସ୍ଥାରେ ଅନେକ ଟଙ୍କା ବିନିଯୋଗ ମଧ୍ୟ କରିଥିଲେ । ସେ ପେଡର ରୋଡ୍ ସ୍ଥିତ ପ୍ରଭୁକୁଞ୍ଜ ଭବନରେ ରହୁଥିଲେ । ଲତାଙ୍କ ପାଖରେ ରହିଥିବା କାରର କଲେକ୍ସନ ରହିଥିଲା । କାରଣ କାର ପ୍ରତି ଲତାଙ୍କ ଅହେତୁକ ଦୁର୍ବଳତା ରହିଥିଲା । ଲତାଙ୍କୁ ୟଶ୍ ଚୋପ୍ରା ଉପହାର ସଦୃଶ ଏକ ମର୍ସିଡିଜ୍ କାର ଦେଇଥିଲେ । ସେ ଏକ ଇଣ୍ଟରଭିୟୁରେ କହିଥିଲେ, ୟଶ୍ ଚୋପ୍ରା ତାଙ୍କୁ ଭଉଣୀ ମାନୁଥିଲେ । ବୀର ଜରା ଗୀତ ରିଲିଜ୍ ସମୟରେ ୟଶ୍ ତାଙ୍କୁ ଏହି କାର ଉପହାର ଦେଇଥିଲେ ।

ତେବେ ୧୯୪୨ରେ ଲତା ପ୍ରଥମେ ଏକ ମରାଠୀ ଫିଲ୍ମରେ ଗୀତ ଗାଇଥିଲେ, ହେଲେ ଏହି ଗୀତଟି ରିଲିଜ ହୋଇନଥିଲା । ପ୍ରଥମ ହିନ୍ଦୀ ଗୀତ ‘ମାତା ଏକ ସପୁତ କି ଦୁନିଆ ବଦଲ ଦେ ତୁ’ ।  ୧୯୪୨ରେ ପେହଲି ମଙ୍ଗଳ-ଗୌର ଫିଲ୍ମରେ ଛୋଟ ଭୂମିକାରେ ଅଭିୟନ କରିଥିଲେ । ୧୯୪୫ରେ ଲତା ମଙ୍ଗେସକର ମୁମ୍ବାଇ ଆସିଥିଲେ । ବିନାୟକ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇକୁ ସ୍ଥାନାନ୍ତର ପରେ ଆସିଥିଲେ । କଣ୍ଠଶିଲ୍ପୀ ନୁର ଜେହାନଙ୍କୁ ଅନସୁରଣ କରୁଥିଲେ ଲତା । ମ୍ୟୁଜିଜ୍ ନିର୍ଦ୍ଦେଶକ ଗୁଲାମ ହାଇଦର ଲତାଙ୍କ ଗଡ ଫାଦର ଥିଲେ ।୧୯୫୫ ଲତା ପ୍ରଥମଥର ପାଇଁ ମ୍ୟୁଜିକ୍ କମ୍ପୋଜ କରିଥିଲେ । ଲତା ମଙ୍ଗେସକର ୪ ଟି ଫିଲ୍ମ ନିର୍ମାଣ କରିଛନ୍ତି । ବାଦଲ, ଜଂଜିର, କାଂଚନ ଗଙ୍ଗା, ଲେକିନ ଫିଲ୍ମ ନିର୍ମାଣ କରିଥିଲେ ଲତା ।