ପୁରୁଷଙ୍କ ଠାରେ ଏହି ୧୦ ଟି ଲକ୍ଷଣ ହୋଇପାରେ କ୍ୟାନସରର ପୂର୍ବାଭାଷ, ଅଜାଣତରେ ବି କରନ୍ତୁ ନାହିଁ ଅଣଦେଖା

588

କନକ ବ୍ୟୁରୋ : ଫେବୃଆରୀ ୪ ତାରିଖରେ ସାରା ବିଶ୍ୱ କର୍କଟ ଦିବସ ପାଳନ କରିଛି । ଲୋକମାନଙ୍କୁ ଏହି ଗମ୍ଭୀର ରୋଗ ବାବଦରେ ସଚେତନ କରାଇବା ଓ ଏଥିରୁ ରକ୍ଷା ପାଇବାର ଉପାୟ ଜଣାଇବାକୁ ଏହି ଦିବସଟିକୁ ପାଳନ କରାଯାଇଥାଏ । ପ୍ରତିବର୍ଷ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଏହି କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । କହିରଖୁ କି କର୍କଟ ରୋଗର ଚିକିତ୍ସା ଦୀର୍ଘଦିନ ଧରି ଚାଲିଥାଏ । ଏଥିରେ କିଛି ଲୋକ ସୁସ୍ଥ ହୋଇଥାନ୍ତି ହେଲେ ଅନେକ ଲୋକ ଏହି ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥାନ୍ତି । ପ୍ରାଥମିକ ପର୍ଯ୍ୟାୟରେ କର୍କଟ ଚିହ୍ନଟ ହୋଇପାରିଲେ ଚିକିତ୍ସା ମାଧ୍ୟମରେ ଏହାକୁ ବିନାଶ କରାଯାଇ ପାରିବ । ଆଜି ଆମେ ଆଲୋଚନା କରିବା ପୁରୁଷ ମାନଙ୍କ ଠାରେ କର୍କଟ ରୋଗ ହେବା ପୂର୍ବରୁ କିଭଳି ଲକ୍ଷଣ ଦେଖାଦେଇଥାଏ ।

ପରିଶ୍ରାରେ ସମସ୍ୟା : କିଛି ପୁରୁଷମାନେ ବୟସ ବଢିବା ସହ ପରିଶ୍ରା କରିବାରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ବିଶେଷ କରି ରାତିରେ ବାରମ୍ବାର ପରିଶ୍ରା ଲାଗିବା, ପରିଶ୍ରା ଲାଗିବା କ୍ଷଣି ପରିଶ୍ରା ନକଲେ ତାହା ଆପଣଙ୍କ ପ୍ୟାଣ୍ଟରେ ପଡିଯିବା । ଏହାସହ ପରିଶ୍ରା ସ୍ଥାନରେ ଜଳାପୁଡା ହେବା ଓ କେବେ କେବେ ପରିଶ୍ରାରେ ରକ୍ତ ପଡିବା ଭଳି ଲକ୍ଷଣ ଦେଖାଗଲେ ତାହା କ୍ୟାନସରର ଲକ୍ଷଣ ବୋଲି ଅନୁମାନ କରାଯାଇପାରେ ।

ଚର୍ମରେ ପରିବର୍ତ୍ତନ : ଯଦି ଆପଣଙ୍କ ଚର୍ମ ତୈଳଯୁକ୍ତ ବା ରୁକ୍ଷ ତେବେ ଏହାର ପରିବର୍ତ୍ତନ ହେଲେ ବା ଚର୍ମରେ କିଛି ଯାଦୁ ଭଳି ଅଚାନ ଦେଖାଗଲେ ଆପଣ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ଗଳାରେ ସମସ୍ୟା : କିଛି ଲୋକ ଖାଦ୍ୟ ଖାଇବା ବେଳେ ଗଳାରେ କଷ୍ଟ ଅନୁଭବ କରିଥାନ୍ତି । ଯଦି ଏଭଳି ସମସ୍ୟା ଦେଖାଦେବା ସଂଗେ ସଂଗେ ଆପଣଙ୍କର ଓଜନ କମୁଛି ଓ କେବେ କେବେ ବାନ୍ତି ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗଳା ଓ ପେଟର ପରୀକ୍ଷା କରାଇ ନିଅନ୍ତୁ ।

ଛାତିରେ ଜଳାପୋଡା : ଯଦି ଆପଣଙ୍କ ଛାତିରେ ଜଳାପୋଡା ହେଉଛି ଓ ଆପଣ ଖାଦ୍ୟ ବଦଳାଇବା ପରେ ବି ଏହି ସମସ୍ୟା ଲାଗି ରହୁଛି ତେବେ ସତର୍କ ହୋଇଯାନ୍ତୁ । ଛାତିରେ ଅତ୍ୟାଧିକ ଜଳାପୋଡା ଗଳା କିମ୍ବା ଖାଦ୍ୟନଳୀରେ କ୍ୟାନସରର କାରଣ ହୋଇପାରେ ।

ମୁହଁରେ ପରିବର୍ତ୍ତନ : ଯଦି ଆପଣ ତମାଖୁ ସେବନ କରୁଛନ୍ତି ବା ଧୁମ୍ରପାନ କରୁଛନ୍ତି ତେବେ ଆପଣଙ୍କୁ ମୁଖ କର୍କଟ ହୋଇପାରେ । ଯଦି ଆପଣଙ୍କ ମୁହଁ କିମ୍ବା ଓଠରେ ଧଳା, ନାଲି ପିମ୍ପଲ ଭଳି କିଛି ଦେଖାଯାଉଛି ଓ ପାଟି ଖୋଲିବା ବେଳେ କଷ୍ଟ ହେଉଛି ତେବେ ଏହା ବି ମୁଖ କର୍କଟର ଏକ ପୂର୍ବାଭାଷ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

ଦୃତ ଓଜନ ହ୍ରାସ ପାଇବା : ଯଦି ବିନା କିଛି କାରଣରେ ଆପଣଙ୍କ ଓଜନ ହ୍ରାସ ପାଉଛି ତେବେ ଏହା ଅବସାଦ କିମ୍ବା ଥାଇରଏଡ କାରଣରୁ ହୋଇପାରେ । ଏଭଳି ସମସ୍ୟା ନଥାଇ ଯଦି ଆପଣଙ୍କ ଓଜନ ହ୍ରାସ ପାଉଛି ତେବେ ପାନକ୍ରିଆଜ କର୍କଟର ଏହା ପୂର୍ବ ଲକ୍ଷଣ । ତେଣୁ ଡେରି ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ଅଣ୍ଡକୋଷରେ ସମସ୍ୟା: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅଣ୍ଡକୋଷ କୁଣ୍ଡାଇହେବା, ସାଧାରଣ ଠାରୁ ଅଧିକ ଓଜନ ଲାଗିବା ଓ ଅନ୍ୟ କିଛି ପରିବର୍ତ୍ତନ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । କାରଣ ପ୍ରାଥମିକ ସ୍ତରରେ ଏହାର ଚିକିତ୍ସା ସମ୍ଭବ ହୋଇଥାଏ । ଏହାର ଚିକିତ୍ସା ପୂର୍ବରୁ ଡାକ୍ତର ଆପଣଙ୍କ ରକ୍ତ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରାଇଥାନ୍ତି ।