୪୦ ହଜାର ସେନା, ସୁଡଙ୍ଗ ଭିତରେ ସିକ୍ରେଟ ଜାଲ । ଗାଜାରେ ଇସ୍ରାଏଲ ସେନାକୁ ଘେରିବାକୁ ଏଭଳି ଯୋଜନା କରିଛି ହମାସ

184

କନକ ବ୍ୟୁରୋ : ଗାଜାର ଚରମପନ୍ଥୀ ସଂଗଠନ ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧ ୨୯ ଦିନରେ ପହଂଚିଛି । ଗୋଟିଏ ପଟେ ହମାସ ତାର ଦାବିକୁ ନେଇ ଅଟଳ ରହିଥିବା ବେଳେ ଇସ୍ରାଏଲ ଗାଜା ସହରକୁ ପୂର୍ଣ୍ଣ ଦଖଲ କରିବା ଓ ହମାସକୁ ସମାପ୍ତ କରିବା ପାଇଁ ପଣ କରିଛି । ଏହାରି ଭିତରେ ଇସ୍ରାଏଲ ସେନା ବା ଆଇଡିଏଫ୍ ଗାଜା ଭିତରେ ପଶି ହମାସକୁ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଧିରେ ଧିରେ ଇସ୍ରାଏଲ ସେନା ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଥିବା ବେଳେ ଇସ୍ରାଏଲ ସେନାକୁ ଚକ୍ରବ୍ୟୁହରେ ଫଶାଇବାକୁ ହମାସ ଅଜବ ଯୋଜନା ପ୍ରସ୍ତୁତ କରିଛି ।

ସୂତ୍ର ସୂଚନା ମୁତାବକ ହମାଶ ନିଶ୍ଚିତ ଯେ ପାଲେଷ୍ଟାଇନ ଅଞ୍ଚଳ ତଳେ ଖୋଳାଯାଇଥିବା ସୁଡଙ୍ଗର ସହରରେ ହମାସର ହଜାର ହଜାର ସେନା ମାସ ମାସ ପର୍ଯ୍ୟନ୍ତ ବଞ୍ଚି ରହିପାରିବେ । ଏବଂ ସହରୀ ଗରିଲା କୌଶଳ ଦ୍ୱାରା ଇସ୍ରାଏଲ ସେନାକୁ ବିନାଶ କରିହେବ । ସେପଟେ ଏହି ଯୁଦ୍ଧରେ ଗାଜାର ହଜାର ହଜାର ସାଧାରଣ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଇସ୍ରାଏଲକୁ ଯୁଦ୍ଧ ବିରତି କରିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ଚାପ ବଢିବାରେ ଲାଗିଛି । ତେଣୁ ଯେତେ ବିଳମ୍ବ ହେବ ସେତେ ଶୀଘ୍ର ଇସ୍ରାଏଲ ସେନା ଯୁଦ୍ଧ ବିରତି ଘୋଷଣା କରିପାରେ ବୋଲି ଆଶା କରିଛି ହମାସ । ଶେଷରେ ହମାସ ଦ୍ୱାରା ବନ୍ଧକ ରହିଥିବା ଇସ୍ରାଲଲ ନାଗରିକଙ୍କ ବଦଳରେ ଇସ୍ରାଏଲରେ ବନ୍ଧକ ଥିବା ହଜାର ହଜାର ପାଲେଷ୍ଟାଇନ ନାଗରିକଙ୍କୁ ମୁକୁଳାଇନେବାରେ ସଫଳ ହେବ ହମାସ ।

ହମାସର ଶୀର୍ଷ ଅଧିକାରୀ ଏବଂ ହ୍ୱାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କୁମାତବ ହମାସ କତାରର ମଧ୍ୟସ୍ଥତାରେ ବନ୍ଧକ ଆଲୋଚାନରେ ଆମେରିକା ଏବଂ ଇସ୍ରାଏଲକୁ ସ୍ପଷ୍ଟ କରିଛି ଯେ ବନ୍ଧକ ବଦଳରେ ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବାକୁ ଚାହୁଁଛି । ଗାଜା ଉପରେ ଇସ୍ରାଏଲ ୧୭ ବର୍ଷର ଅବରୋଧକୁ ଶେଷ କରିବା ହେଉଛି ହମାସର ପ୍ରମୁଖ ଲକ୍ଷ୍ୟ ।