ବେପରୁଆ ଗାଡ଼ି ଚାଳନା ପାଇଁ ବର୍ଷିଲା ବିଜେପି: ପୂର୍ବତନ ମନ୍ତ୍ରୀଙ୍କ ପୁଅକୁ ଖସାଇଦେବାକୁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଥିବା ଅଭିଯୋଗ ଆଣିଲେ ଟଙ୍କଧର

179

କନକ ବ୍ୟୁରୋ: ବେପରୁଆ ଗାଡି ଚାଳନାକୁ ନେଇ ତେଜିଲା ରାଜନୀତି । ରେଞ୍ଜରୋଭର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେଲାଣି । ଅନ୍ୟ ଜଣେ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି । ଏପରି ସ୍ଥିତିରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଘେରିଛି ଝାରସୁଗୁଡା ବିଜେପି । ଗାଡିଟି ଯେଉଁ କଂପାନୀ ନାଁରେ ପଂଜିକରଣ ହୋଇଛି ସେହି କଂପାନୀର ନିର୍ଦ୍ଦେଶକ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ । ଏହି ଘଟଣାରେ ପୋଲିସ ଓ ସରକାର ଉଭୟ ତତ୍ପରତା ଦେଖାଉନଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଟଂକଧର ତ୍ରିପାଠୀ । ସେହିପରି ଦୁର୍ଘଟଣା ପରେ ପୋଲିସ ଜାରି କରିଥିବା ପ୍ରଥମ ପ୍ରେସରିଲିଜରେ କାହିଁକି ଆଉ ଏକ ନମ୍ବର ଲେଖା ହୋଇଥିଲା ସେ ନେଇ ପ୍ରଶ୍ନ କରିଛନ୍ତି ।