ଚମକାଇଦେବ ଗୁଗୁଲ ପେ’ର ନୂଆ ଫିଚର । ବ୍ୟବହାରକାରୀଙ୍କୁ ଖୁସି କରିଦେବ ଏହି ଫିଚର, ଜାଣିବା ପାଇଁ ପଢନ୍ତୁ ଏହି ଖବର

746

କନକ ବ୍ୟୁରୋ : ଗୁଗୁଲ ପେ’ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଗୁଗୁଲ ପେ’ ଲଞ୍ଚ କରିଛି ୩ଟି ନୂଆ ଫିଚର୍ସ । ଏହି ୩ଟି ଫିଚର୍ସ ମଧ୍ୟରୁ ଗୋଟିଏ ଫିଚର ୟୁଜର୍ସଙ୍କ ପାଇଁ ବେସ୍ ସହାୟକ ହେବ ବୋଲି ଆଶା କରାଯାଉଛି । ଏହି ଫିଚର ନାଁ ହେଉଛି ‘ବାଏ ନାଁଓ ପେ ଲେଟର’ । ଏହି ଫିଚର ଆଧାରରେ ୟୁଜର୍ସ ଆକାଉଣ୍ଟରେ ପଇସା ନଥିଲେ ବି ପେମେଣ୍ଟ୍ କରିପାରିବେ । ଅର୍ଥାତ୍ ଗୁଗୁଲ ପେ’ର ଏହି ଫିଚର କ୍ରେଡିଟ୍ କାର୍ଡ ଭଳି କାମ କରିବ । ପାଖରେ ଟଙ୍କା ନଥିଲେ ବି ଆପଣ ଯାହା ଚାହିଁବେ କିଣିପାରିବେ ।

ଆପଣ ଭାବୁଥିବେ, ଯଦି ଆମେ ଗୁଗୁଲ ପେ’ ଦ୍ୱାରା ଆଗୁଆ କିମି ପରେ ପେମେଣ୍ଟ କରିବୁ ତାହେଲେ ଏକା ସାଙ୍ଗରେ ସବୁ ବାକି ଟଙ୍କାକୁ ପୈଠ କରିବାକୁ ପଡିବ । ଏଠାରେ କହିରଖୁଛୁ କି ଗୁଗୁଲ ପେର ଏହି ଫିଚର୍ସ ଦ୍ୱାରା ଆପଣ କ୍ରେଡିଟ୍ କରିଥିବା ଟଙ୍କାକୁ ଆପଣ ଚାହିଁଲେ କିସ୍ତିରେ ମଧ୍ୟ ପେମେଣ୍ଟ କରିପାରିବେ ।