ସୁଧୁରୁନି ପାକିସ୍ତାନ୍! ଦୀପାବଳିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା କଲେ ପାକ୍ ସେନା । ଜବାବ୍ ଦେଲା ଭାରତ ।

773

କନକ ବ୍ୟୁରୋ: ସୁଧୁରିବନି ପାକିସ୍ତାନ । ଜମ୍ମୁ-କାଶ୍ମୀରର ରାଜୌରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପାବଳି ପାଳନ ପୂର୍ବରୁ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି  । ପାକିସ୍ତାନ ସେନା ପକ୍ଷରୁ ଭାରତର ସୀମାରେ ଥିବା ପୋଷ୍ଟଗୁଡିକୁ ଟାର୍ଗେଟ କରାଯାଇଛି  । ରାଜୌରିର ସୁନ୍ଦରବନି ଅଂଚଳରେ ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି  । ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।

ପାକିସ୍ତାନ ସମର୍ଥୀତ ଅନୁପ୍ରବେଶକାରୀଙ୍କୁ ହଟାଇବା ନିମନ୍ତେ ୧୯୪୭ ମସିହାରେ ପ୍ରଥମେ ଭାରତୀୟ ସେନା ଜମ୍ମୁ ଓ କଶ୍ମୀରରେ ପହଞ୍ଚିଥିଲେ। ସେହି ବର୍ଷ ଠାରୁ ପଦାତିକ ବାହିନୀ ଦିବସ ପାଳନ ହୋଇ ଆସୁଛି । ନିୟନ୍ତ୍ରଣ ରେଖାଠାରେ ମୁତୟନ ହୋଇଥିବା ଯବାନମାନଙ୍କ ସହ କଥାବାର୍ତ୍ତା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଯୋଗେ ସିଧା ଆର୍ମି ବ୍ରିଗେଡ୍‌ ମୁଖ୍ୟାଳୟକୁ ଯାଇଛନ୍ତି ।