ଭାରତ ସରକାରଙ୍କୁ ଚିଠି ଲେଖିଲେ ଶିଳ୍ପ ସଂଘ । ସଂକ୍ରମିତଙ୍କ ସଂଖ୍ୟା ଦେଖି ମନଇଚ୍ଛା କଟକଣା ନଲଗାଇ ବ୍ୟବସାୟକୁ ବଞ୍ଚାଇ ରଖିବାକୁ ନିବେଦନ

86

କନକ ବ୍ୟୁରୋ : ସଂକ୍ରମଣ ବଢ଼ିବା ସହ କଟକଣା ବଢ଼ୁଛି । ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ହୋଇନଥିଲେ ବି ଦେଶର ଏକାଧିକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ମେଳା, ମହୋତ୍ସବ ଉପରେ କଟକଣା ଲାଗିଛି । ଓଡିଶାରେ ବି କଟକଣା ଲାଗୁ ହୋଇଛି । ଯାହାଫଳରେ ଅନେକ ଲୋକଙ୍କ ଜୀବନ ଜୀବିକା ପୁଣି ଥରେ ପ୍ରଭାବିତ ହୋଇଛି । ଅଂଟା ସଳଖୁ ଥିବା ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତି ପୁଣି ଥରେ ବିପଦ ଆଡକୁ ଠେଲି ହୋଇଯାଇଛି । ଆଉ ଏହି ସମୟରେ ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି ଭାରତୀୟ ଶିଳ୍ପ ସଂଘ । ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଦେଖି, ମନ ଇଛା କଟକଣା ନଲଗାଇ, ହସ୍ପିଟାଲରେ ଭର୍ତି ହେଉଥିବା ରୋଗୀ ସଂଖ୍ୟାକୁ ଦେଖି ନିଷ୍ପତି ନେବାକୁ ସରକାରଙ୍କୁ ଚିଠିରେ ପରାମର୍ଶ ଦେଇଛନ୍ତି ।

ବିଶେଷକରି ଆଇସିୟୁ ଭେଂଟିଲେଟରରେ କେତେ ରୋଗୀ ଭର୍ତି ହେଉଛନ୍ତି , କେତେ ଅକ୍ସିଜେନର ଆବଶ୍ୟକତା ପଡୁଛି , ତାକୁ ଦେଖି କଟକଣା ଲଗାଇବାକୁ ଚିଠିରେ ଉଲେଖ କରାଯାଇଛି । ଚିଠିରେ କୁହାଯାଇଛି, ସ୍ଥାନ ଚିହ୍ନଟ କରି ଛୋଟ ଅଂଚଳକୁ ମାଇକ୍ରୋକଂଟେନମେଂଟ ଜୋନ ଘୋଷଣା କରାଯାଉ । ଏସବୁ ନମାନି କଟକଣା ଲଗାଇଲେ ଦେଶରେ ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରହିବ ନାହିଁ ବୋଲି ସତର୍କ କରାଇଦେଇଛି ଭାରତୀୟ ଶିଳ୍ପ ସଂଘ । ଏହାରି ଭିତରେ କରୋନା ଭୟରେ ଅର୍ଥନୀତି କିଭଳି ଖରାପ ହୋଇଛି ଏହି ଚିଠିରୁ ସୂଚନା ମିଳୁଛି ।