ଦାୟିତ୍ୱ ନେବା ପରେ କିଛି ମନ୍ତ୍ରୀଙ୍କୁ ପଦରୁ ହଟାଇଲେ ପ୍ରଧାନମନ୍ତ୍ରୀ ରିଷି ସୁନକ : ପ୍ରିନ୍ସ ଚାର୍ଲସଙ୍କୁ କଲେ ସାକ୍ଷାତ; କହିଲେ, ଭୁଲ ସୁଧାରିବାକୁ ନେବେ କଡା ନିଷ୍ପତ୍ତି

76

କନକ ବ୍ୟୁରୋ : ୩ ମାସ ମଧ୍ୟରେ ବ୍ରିଟେନକୁ ମିଳିଛି ତୃତୀୟ ପ୍ରଧାନମନ୍ତ୍ରୀ । ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଭବ ରିଷି ସୁନକ । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବକିଂହୋମ ପ୍ୟାଲେସ ଯାଇ କିଙ୍ଗ ଚାର୍ଲସଙ୍କୁ ଭେଟିଛନ୍ତି । ଏହାପରେ ନିଜ ଏଜେଣ୍ଡା ଲାଗୁ କରିବାକୁ ପଦ କ୍ଷେପ ନେବା ଆରମ୍ଭ କରିଛନ୍ତି । ନିଜ ମନ୍ତ୍ରୀମଣ୍ଡଳକୁ କିଛି ସଦସ୍ୟଙ୍କୁ ସେ ହଟାଇ ଦେଇଛନ୍ତି । ସେ ଦୁଇଟି ପ୍ରମୁଖ ମନ୍ତ୍ରୀ ପଦକୁ ନିଯୁକ୍ତି ଦେଇଛି ।

ନୂଆ ଉପପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି ଋିଷି ସୁନକ । ଜେରେମି ହଂଟ ଅର୍ଥମନ୍ତ୍ରୀ ପଦରେ ପୂର୍ବଭଳି ରହିବେ । ପ୍ରିନ୍ସ ଚାର୍ଲସଙ୍କୁ ଭେଟିବା ପରେ ସେ ସିଧା ୧୦ ଡାଉନିଙ୍ଗ ଷ୍ଟ୍ରିଟ ଯାଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଆଉ ସମ୍ବୋଧନ ବେଳେ ଋିଷି ସୁନକ କହିଛନ୍ତି, ଦେଶ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟର ସାମ୍ନା କରୁଛି । ଏଥିପାଇଁ କିଛି କିଛି କଠୋର ନିଷ୍ପତ୍ତି ନେବାକୁ ପଡିବ । ଭୁଲ ସୁଧାରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି । ଆଉ ଏଥିପାଇଁ ସେ ତୁରନ୍ତ କାମ ଆରମ୍ଭ କରିବେ ।