ଯୁଦ୍ଧ ଭିତରେ ୟୁକ୍ରେନ ଉପରେ ବଡ ଅଭିଯୋଗ ଆଣିଲା ରୁଷ : ପ୍ରତିରକ୍ଷାମନ୍ତ୍ରୀ କହିଲେ ରୁଷ ସୈନିକଙ୍କୁ ଟାର୍ଗେଟ କରି ୟୁକ୍ରେନ ବ୍ୟବହାର କରୁଛି ଡାର୍ଟି ବମ୍

115

କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷ ଆଣିଲା ନୂଆ ଅଭିଯୋଗ । ରୁଷ ପ୍ରତିରକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି କି ରୁଷ ସେନା ଅକ୍ତିଆର କରୁଥିବା ସ୍ଥାନରେ ୟୁକ୍ରେନ ଡାର୍ଟି ବୋମାରେ ଆକ୍ରମଣ କରୁଛି । ରୁଷ ପ୍ରତିରକ୍ଷାମନ୍ତ୍ରୀ ସଗେଇ ଶୋଝୁଙ୍ଗ ୟୁକ୍ରେନ ଉପରେ ଏହି ଅଭିଯୋଗ ଆଣିବା ସହ ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀର ସମକ୍ଷକ ନେତାଙ୍କୁ ଫୋନରେ ଏହି ସମ୍ବନ୍ଧରେ ଜଣାଇଛନ୍ତି । ଏଥିସହ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲାଏଡ ଆଷ୍ଟିନଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଇଛି ରୁଷ ।

କେବଳ ୟୁକ୍ରେନ ଉପରେ ରୁଷ ଅଭିଯୋଗ ଆଣିନି ବଂର ଏକଥା ମଧ୍ୟ କହିଛି କି ୟୁକ୍ରେନ ପଶ୍ଚିମଦେଶମାନଙ୍କ ଇସାରାରେ ଏଭଳି କରୁଛି । ୟୁକ୍ରେନ ମଧ୍ୟ ରୁଷର ଏହି ଅଭିଯୋଗକୁ ଖଣ୍ଡନ କରିଛି । ଘଟଣାକୁ ନେଇ ମିଳିତ ଜାତିସଂଘର ପରମାଣୁ ନୀରିକ୍ଷଣ ସଂସ୍ଥା ଆଇ.ଇ.ଏ କହିଛି କି ରୁଷ ଯେଉଁ ଅଭିଯୋଗ ୟୁକ୍ରେନ ଉପରେ ଆଣୁଛି ତାର ପ୍ରମାଣ କିଛି ବି ଉପସ୍ଥାପନ କରୁନି । ତେଣୁ ନାଟୋ ଏହାକୁ ଖାରଜ କରୁଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ଜେଲେନକ୍ସି କହିଛନ୍ତି ରୁଷର ଅଭିଯୋଗ ପୂରା ମିଛ । ଏଭଳି ଅଭିଯୋଗ ଆଣି ପାଲଟା ୟୁକ୍ରେନ ଉପରେ ଡାର୍ଟି ବମର ପ୍ରୟୋଗ ପାଇଁ ପ୍ରୟାସ କରୁଛି ରଋଷ ମୌକା ଦେଖି କେତେବେଳେ ଡ୍ରୋନ ଜରିଆରେ ତ ପୁଣି କେତେବେଳେ ଡର୍ଟି ବୋମାରେ ୟୁକ୍ରେନ ଉପରକୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି ।

ଏହି ଡାର୍ଟି ବମ ବେଶ ବିପଦପୂର୍ଣ୍ଣ ହେବା ସହ ଏହା ଏକ ପରମାଣୁ ହତିଆର । ଯେଉଁଥିରେ ରେଡିଓ ରେଡିଆନ୍ସସ ରହିଥାଏ ଓ ଏହା ଆଖପାଖ ବହୁ ସ୍ଥାନକୁ ପ୍ରଭାବିତ କରେ । ଋଷ-ୟୁକ୍ରେନ ଯୁଦ୍ଧକୁ ପୁରିଛି ୯ମାସରୁ ଅଧିକ ସମୟ । ଯୁଦ୍ଧର ୯ମାସରେ ଉଭୟ ରୁଷ-ୟୁକ୍ରେନର ଅନେକ କ୍ଷୟକ୍ଷତି ହୋଇସାରିଲାଣି । ନିକଟରେ କ୍ରିମିୟା ବ୍ରିଜ ଧ୍ୱଂସ ପାଇବା ପରେ ୟୁକ୍ରେନ ଉପରେ ରକ୍ତମୁଖା ରୁଷ ଦୁଇ ଦୁଇ ଥର ବଡ ଧରଣର ଆକ୍ରମଣ କରି ବଡ କ୍ଷୟ ଘଟାଇଛି । ଏହା ଭିତରେ ପୁଣି ୟୁକ୍ରେନ ଉପରେ ରୁଷ ନୂଆ ଅଭିଯୋଗ ଆଣିଛି ।