ଆଜି ବି ଦେଶରେ ୩ହଜାର ଉପରେ ସଂକ୍ରମଣ : ୨୪ ଘଣ୍ଟାରେ ୩ହଜାର ୩୭୭ ନୂଆ ପଜିଟିଭ୍; ଗତକାଲି ତୁଳନାରେ ବଢ଼ିଲା ୨.୨%

104

କନକ ବ୍ୟୁରୋ : ପୁଣି ୩ ହଜାର ଉପରେ କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ୨ ଦଶମିକ ୨ ପ୍ରତିଶତ ବୃଦ୍ଧି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାରେ ଗତକାଲି ଗୋଟିଏ ଦିନରେ ଆଉ ୬୦ ଜଣଙ୍କର ଜୀବନ ଯାଇଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୭ ହଜାର ପାର କରିଛି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୭ ହଜାର ୮୦୧ । ସେହିପରି ଦୈନିକ ସଂକ୍ରମଣ ହାର ଶୂନ ଦଶମିକ ୭୧ ପ୍ରତିଶତରେ ପହଞ୍ଚିଛି । ସାପ୍ତାହିକ ସଂକ୍ରମଣ ହାର ଶୂନ ଦଶମିକ ୬୩ ପ୍ରତିଶତ ହୋଇଛି । ଏବେ ଦେଶରେ ଆରୋଗ୍ୟ ହାର ରହିଛି ୯୮ ଦଶମିକ ୭୪ ପ୍ରତିଶତ । ଅନ୍ୟପଟେ ଗତ ୨୪ ଘଂଟାରେ ୨୨ ଲକ୍ଷ ୮ ହଜାର ୭୪୩ ଡୋଜ ଟିକା ଦିଆଯାଇଛି ।