ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣା, ୮ ଆହତ

518

କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣା । ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଫଳରେ ଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକରେ ।

ପରୀକ୍ଷା ଦେବା ପାଇଁ ୮ ଜଣ ଛାତ୍ରୀ ଏକ ଅଟୋରେ କେରେମିଟି ଆବାସିକ ବିଦ୍ୟାଳୟରୁ କାଉଡିଆଗୁଡ଼ାରୁ ବାଳିକା ଆବାସିକ ବିଦ୍ୟାଳୟକୁ ଯାଉଥିଲେ । ରାସ୍ତାରେ ଅଟୋଟି ଓଲଟି ପଡିଥିଲା । ଆହତ ଛାତ୍ରୀଙ୍କୁ ପ୍ରଥମେ କୁନ୍ଦ୍ରା ଓ ପରେ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।