ତୁର୍କି ପରେ ଆଉ କେଉଁଠି ହେବ ଭୂକମ୍ପ? ଆଫଗାନିସ୍ତାନରେ ଭୂକମ୍ପ ଆସିଲେ ପଡିବ ଗୁଜରାଟର କଚ୍ଛରେ ପ୍ରଭାବ

197

କନକ ବ୍ୟୁରୋ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପକୁ ନେଇ ଏକ ଭୟର ବାତାବାରଣ ରହିଛି । ଏହାରି ଭିତରେ ସିକିମରେ ୪.୩ ଏବଂ ଆସାମରେ ୪ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି । ଯଦିଓ ସେଭଳି କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ କିନ୍ତୁ ତୁର୍କୀରେ ଭୂକମ୍ପ ହେବ ବୋଲି ଯିଏ ପୂର୍ବାନୁମାନ କରିଥିଲେ । ସେ ଏବେ ଭାରତକୁ ନେଇ ଆକଳନ କରିଛନ୍ତି । ସେହିପରି ଆଇଆଇଟି କାନପୁରର ଦାବି ଚିନ୍ତା ବଢାଇଛି ।

୭.୫ ତୀବ୍ରତାରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପର ଚିତ୍ର । ଦୁଇ ଦେଶର ମୃତ୍ୟ ସଂଖ୍ୟା ୩୪ ହଜାର ଟପିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ କେତେ ଯେ ଜୀବନ ଆହୁରି ଚାପି ହୋଇ ରହିଛି ତାହା ଅସ୍ପଷ୍ଟ ଥିବା ବେଳେ ଆଉ କେଉଁ ଦେଶରେ ଏଭଳି ଶକ୍ତିଶାଳୀ ଭୂକମ୍ପ ହୋଇପାରେ ସେ ନେଇ ଚର୍ଚ୍ଚା ବଢିଛି ।

ତୁର୍କୀରେ ଭୂକମ୍ପ ହେବ ବୋଲି ତିନି ଦିନ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୩ରେ ଆକଳନ କରିଥିଲେ ନେଦରଲାଣ୍ଡର ଫ୍ରାଙ୍କ ହୋଗେରବିଟସ । ଏବେ ସେହି ସମାନ ବ୍ୟକ୍ତି ଆଉ ଏକ ଆକଳନ କରିଛନ୍ତି । ଯାହା ଭାରତ ସମେତ ଅନେକ ଦେଶର ଚିନ୍ତା ବଢାଇଛି । ଫ୍ରାଙ୍କ ନେଦରଲାଣ୍ଡର ସୋଲାର ସିଷ୍ଟମ ଜ୍ୟୋମେଟ୍ରି ସର୍ଭେ (ଏସଏସଜିଆଇଏସ) ପାଇଁ କାମ କରନ୍ତି । ଏହି ସଂସ୍ଥା ଭୂକମ୍ପ ଗିତିବିଧି ସମ୍ବନ୍ଧରେ ଆକଳନ କରେ । ରିପୋର୍ଟ ମୁତାବିକ ଫ୍ରାଙ୍କ୍ ଏସିଆରେ ହେବାକୁ ଥିବା ଭୂକମ୍ପ ଉପରେ ଆକଳନ କରିଥିଲେ । ସେ କହିଥିଲେ, ଆଫଗାନିସ୍ତାନରେ ଗୋଟିଏ ବଡ ଭୂକମ୍ପ ଆସିବ । ଏହି ଭୂକମ୍ପର ପ୍ରଭାବ ପାକିସ୍ତାନ ସମେତ ଗୁଜରାଟର କଚ୍ଛ ଦେଇ ହିନ୍ଦ ମହାସାଗରରେ ଶେଷ ହେବ ।.. ଏହି ଭୂବିଜ୍ଞାନୀ ଟ୍ୱିଟରରେ ଏ ନେଇ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ ଏସିଆ ମହାଦେଶର ଭୂକମ୍ପ ବାବଦରେ ଏବଂ ତୁର୍କୀ ଭୂକମ୍ପ ବାବଦରେ ଆକଳନ କରିଥିବା ନେଇ କହୁଛନ୍ତି । ତେବେ ଏହି ଭୂକମ୍ପକୁ କେବଳ ଆକଳନ କରାଯାଇଛି ଓ ଏହା ହେବ କି ନହେବ ତାହା ସ୍ପଷ୍ଟ ନୁହଁ ।

ସେପଟେ ଭାରତ ପାଇଁ ଭୂକମ୍ପ ଆର୍ଲଟ ଜାରି ହୋଇଛି । ଆଇଆଇଟି କାନପୁରର ପ୍ରଫେସର ଜାବେଦ ମଲ୍ଲିକ ଦାବି କରିଛନ୍ତି କମ୍ ଦିନ ଭିତରେ ଭାରତରେ ମଧ୍ୟ ଦେଖାଯାଇପାରେ ଭୟଙ୍କର ଭୂମିକମ୍ପ । ଯଦି ଆଇଆଇଟି କାନପୁର ପ୍ରଫେସରଙ୍କ କଥା ସତ ହୁଏ ତେବେ ଏହି ଭୂମିକମ୍ପର ତ୍ରୀବତା ରେକ୍ଟର ସ୍କେଲରେ ପାଖାପାଖି ୭.୫ ରହିବା ନେଇ ଆକଳନ କରାଯାଇଛି । ଏକଥା ମଧ୍ୟ ଦାବି କରାଯାଇଛି ଯଦି ଭୂମିକମ୍ପ ହୁଏ ତେବେ ହିମାଳୟ, ଆଣ୍ଡାମାନ ନିକୋବର କିମ୍ବା କଚ୍ଛରେ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇପାରେ । ଭାରତର କେତେକ ଅଂଚଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇପାରେ । ଭାରତରେ ଭୂମିକମ୍ପର ୫ଟି ଜୋନ ରହିଛି । ସବୁଠୁ ଅଧିକ ବିପଦପୂର୍ଣ୍ଣ ହେଉଛି ଜୋନ-୫ । ଏହି ଅଂଚଳରେ ରହିଛି କଚ୍ଚ, ଆଣ୍ଡାମାନ, ହିମାଳୟ, ଉତ୍ତରାଖଣ୍ଡ ଏବଂ ପୂର୍ବତର ରାଜ୍ୟ । ୨୦୦୪ରେ ଗୁଜରାଟରେ ଅନୁଭୂତ ଭୂମିକମ୍ପର ତୀବ୍ରତା ୯.୧ ଥିଲା । ଯାହା ପ୍ରଳୟ ଆଣିଥିଲା ।