ପୂଜା ବଜାରକୁ ଫିକା କରିଦେବ ବର୍ଷା । ଅଷ୍ଟମୀ, ନବମୀ ଓ ଦଶମୀରେ ବର୍ଷିବ,  ପୂର୍ବାନୁମାନ କଲା ପାଣିପାଗ ବିଭାଗ ।

85

କନକ ବ୍ୟୁରୋ : ଦୀର୍ଘ ୨ ବର୍ଷ ପରେ ଧୁମଧାମରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । କିନ୍ତୁ ଏଥରର ପୂଜାକୁ ଫିକା କରିଦେଇପାରେ ବର୍ଷା । ଆଜି ଠାରୁ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ୩ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆନ୍ଧ୍ର ଉପକୂଳରେ କ୍ରମଶଃ ନିକଟତର ହୋଇ ଏହା ୬ ତାରିଖରେ ଆନ୍ଧ୍ର ଦେଇ ଉତର-ପଶ୍ଚିମ ଦିଗରେ ଗୁଜରାଟକୁ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ ।

୩ ତାରିଖରେ ବର୍ଷାର ପରିମାଣ ବଢ଼ିବ । ୪ ଓ ୬ ତାରିଖ ପର୍ଯ୍ୟନ୍ତ ଉପକୂଳରେ ଗଂଜାମରୁ ବାଲେଶ୍ୱରରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଅର୍ଥାତ ମହାନବମୀ ଓ ଦଶମୀରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୭ ଓ ୮ରେ ପାଗ ଶୁଖିଲା ରହିବ । ତେବେ ୮ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।