ଓଡିଆରେ ହେବ ଓଏଏସ ପରୀକ୍ଷା । ପ୍ରବନ୍ଧ ପରୀକ୍ଷାରେ ଇଂରାଜୀ କିମ୍ବା ଓଡିଆରେ ଲେଖିପାରିବେ ପରୀକ୍ଷାର୍ଥୀ, ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ।

87

କନକ ବ୍ୟୁରୋ : ଏଣିକି ନୂଆ ପଦ୍ଧତିରେ ହେବ ଓଡିଶା ସିଭିଲ ସର୍ଭିସ, ଓଏଏସ୍ ପରୀକ୍ଷା । ଏ ନେଇ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର ଦେଇଛି । ସିଭିଲ୍ ସର୍ଭିସ ପରୀକ୍ଷାର ପାଠ୍ୟକ୍ରମ ଓ ଢାଞ୍ଚା ଭିନ୍ନ ଭିନ୍ନ ଥିଲା । ଉଭୟ ପରୀକ୍ଷା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ପୃଥକ ଭାବେ ପ୍ରସ୍ତୁତ ହେବାକୁ ପଡ଼ୁଥିଲା । ଫଳରେ ପ୍ରାର୍ଥୀ ଚାପରେ ରହୁଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୯୧ରେ ସଂଶୋଧନ କରିଛନ୍ତି । ଓପିଏସପି ଏ ସଂକ୍ରାନ୍ତ ପରୀକ୍ଷାରେ ଗୋଟିଏ ଅପସନାଲ ବିଷୟ ରଖିବ । ଆସନ୍ତୁ ନଜର ପକାଇବା ନୂଆ ପଦ୍ଧତି ଉପରେ ।

-ୟୁପିଏସସି ଭଳି ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ରହିବ ଗୋଟିଏ ଅପସନାଲ ବିଷୟ
-୨୨୫୦ ମାର୍କର ପରୀକ୍ଷା ନ ହୋଇ ୨୦୦୦ ମାର୍କର ପରୀକ୍ଷା ହେବ
– ପରୀକ୍ଷାର୍ଥୀ ଓଡିଆରେ ଦେଇପାରିବେ ପରୀକ୍ଷା
-ପ୍ରବନ୍ଧକୁ ଓଡିଆ କିମ୍ବା ଇଂରାଜୀରେ ଲେଖିପାରିବେ ଇଚ୍ଛୁକ ପ୍ରାର୍ଥୀ
-ପୂର୍ବରୁ ଇଂରାଜୀ ଭାଷାରେ ପ୍ରବନ୍ଧ ଲେଖିବା ବାଧ୍ୟତାମୂଳକ ଥିଲା
-ଲିଖିତ ଓ ଇଣ୍ଟରଭ୍ୟୁ ଓଡିଆ ଭାଷାରେ ହେବ
-ଅଣ ସଂରକ୍ଷିତ ପ୍ରାର୍ଥୀ ସର୍ବାଧିକ ୬ ଥର ପରୀକ୍ଷା ଦେଇପାରିବେ
-ପୂର୍ବରୁ ଅଣ-ସଂରକ୍ଷିତ ବର୍ଗ ୪ ଥର ପରୀକ୍ଷା ଦେଇପାରୁଥିଲେ
-ଏସଇବିସି ସର୍ବାଧିକ ୯ ଥର ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଦେଇପାରିବେ
– ଅନୁସୂଚିତ ଜାତି-ଜନଜାତି ଯେେତେଥର ଚାହିଁବେ ସେତେଥର ପରୀକ୍ଷା ଦେଇପାରିବେ
-ଯିଏ ଚାହିଁବେ ଇଂରାଜୀ ଭାଷାରେ ପରୀକ୍ଷା ଦେଇପାରିବେ
-ଯିଏ ଚାହିଁବେ ସାକ୍ଷାତକାର ବି ଇଂରାଜୀ ଭାଷାରେ ହେବ